ଓଡିଶା

odisha

ETV Bharat / sitara

ଦମଦାର ଅନ୍ଦାଜ ନେଇ ଫେରିଲେ ନୱାଜ, ଭାଇରାଲ ଭିଡିଓ

ରିଲିଜ ହେଲା ନୱାଜଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାତ ଅକେଲି ହେ’ର ଜବରଦସ୍ତ ଟ୍ରେଲର। ନେଟଫ୍ଲିକ୍ସରେ ଏମାସ 31ରେ ରିଲିଜ ହେବ ଫିଲ୍ମ।

By

Published : Jul 17, 2020, 4:21 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ

ମୁମ୍ବାଇ: କୋରୋନା ଭାଇରସ ପାଇଁ ଗୋଟିଏ ପରେ ଗୋଟିଏ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି। ସେହିପରି ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଘୂମକେତୁ’ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଆଉ ଏବେ ତାଙ୍କ ଆଗାମୀ ଫିଲ୍ମ ‘ରାତ ଅକେଲି ହେ’କୁ ନେଇ ଚର୍ଚ୍ଚା । ଯାହାର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର ସହ ନୱାଜୁଦ୍ଦୀନ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରି ଫ୍ୟାନ୍ସଙ୍କୁ ଖୁସ କରିଦେଇଛନ୍ତି।

‘ରାତ ଅକେଲି ହେ’ ଫିଲ୍ମର ଟ୍ରେଲର ଜବରଦସ୍ତ ହୋଇଛି। ସସ୍ପେନ୍ସ ଓ ଥ୍ରିଲରରେ ଭରପୁର ଫିଲ୍ମରେ ନୱାଜୁଦ୍ଦୀନ ପୋଲିସ ଅଫିସର ରୋଲରେ ନଜର ଆସିବେ। ଏକ ମର୍ଡର ମିଷ୍ଟ୍ରି କେସରେ କାମ କରି ସେ ନିଜ ଡିପାର୍ଟମେଣ୍ଟ ବିରୋଧରେ ସ୍ବର ଉଠାଉଥିବାର ଦେଖାଯିବେ। ସେହିପରି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଫେମସ ଅଭିନେତ୍ରୀ ରାଧିକା ଆପ୍ଟେ।

ଯଦି ଟ୍ରେଲର ବିଷୟରେ କଥା ହେବା ତେବେ 2 ମିନିଟ 16 ସେକେଣ୍ଡର ଏହି ଟ୍ରେଲରରୁ ଦର୍ଶକ ନଜର ଉଠାଇପାରିବେ ନାହିଁ । ନୱାଜଙ୍କ ଦମଦାର ରୋଲ ଆଉ ଫିଲ୍ମର ସସ୍ପେନ୍ସ ସମସ୍ତଙ୍କୁ ଆକର୍ଷିତ କରୁଛି ।

ପ୍ରକାଶ ଥାଉକି ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ସେୟାର କରି ନୱାଜ ଲେଖିଛନ୍ତି, ‘ନାମ ମନେ ରଖନ୍ତୁ ଇନ୍ସେକ୍ଟର ଜଟିଲ ଯାଦବ। ଏମାସ 31ରେ ନେଟଫ୍ଲିକ୍ସ ରିଲିଜ ହେବ ଫିଲ୍ମ।’ ସେହିପରି 31 ତାରିଖରେ ବିଦ୍ୟା ବାଲନଙ୍କ ‘ଶଙ୍କୁନ୍ତଳା ଦେବୀ’ ଓ କୁନାଲ ଖେମୁଙ୍କ ‘ଲୁଟକେସ’ ମଧ୍ୟ ରିଲିଜ ହେବାକୁ ଯାଉଛି । ଏହି ତିନି ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ABOUT THE AUTHOR

...view details