ଓଡିଶା

odisha

ETV Bharat / sitara

ମ୍ୟୁଜିକ ଭିଡିଓରେ ନୱାଜଙ୍କ ଡେବ୍ୟୁ, ଆସିଲା ‘ବାରିଶ କି ଜାଏ’ର ଟିଜର

ଚଳିତ ମାସ 27ରେ ରିଲିଜ ହେବାକୁ ଯାଉଛି ନୱାଜୁଦ୍ଦିନଙ୍କ ଡେବ୍ୟୁ ଆଲବମ୍ ‘ବାରିଶ କି ଜାଏ’ । ଯାହାର ଟିଜର ରବିବାର ରିଲିଜ ହୋଇଯାଇଛି । । ଅଧିକ ପଢନ୍ତୁ...

By

Published : Mar 22, 2021, 3:18 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ

ମୁମ୍ବାଇ: ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇସାରିବା ପରେ ଏବେ ମ୍ୟୁଜିକ ଭିଡିଓରେ ସମସ୍ତଙ୍କ ମନ କିଣିବାକୁ ପ୍ରସ୍ତୁତ ଅଛନ୍ତି ନୱାଜୁଦ୍ଦିନ ସିଦ୍ଦିକି । ଖୁବଶୀଘ୍ର ନୱାଜଙ୍କୁ ‘ବାରିଶ କି ଜାଏ’ର ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ । ଯାହାର ଟିଜର ରିଲିଜ ହୋଇଯାଇଛି ।

ଏହି ଟିଜରକୁ ଅଭିନେତା ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ତାରେ ଉସକେ ହାଥ ମେଁ ହୋନା ହି ଚାହିଏ । ପରିଶେଷରେ ରିଲିଜ ହୋଇଯାଇଛି ବାରିଷ କି ଜାଏର ଟିଜର । କମେଣ୍ଟ କରିକି କୁହନ୍ତୁ କେମିତି ଲାଗିଲା । ପୁରା ଗୀତ ଶୁଣିବାକୁ 27 ମାର୍ଚ୍ଚ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏକ୍ସାଇଟମେଣ୍ଟର ଲେବଲ ବଢିବାରେ ଲାଗିଛି ।’

ନୱାଜଙ୍କ ଏହି ଡେବ୍ୟୁ ମ୍ୟୁଜିକ ଭିଡିଓରେ ସିଙ୍ଗର ତଥା ଅଭିନେତ୍ରୀ ସୁନନ୍ଦା ଶର୍ମା ନଜର ଆସିବେ । ଜାନିଙ୍କ ଦ୍ବାରା ଲେଖାଯାଇଥିବା ଏବଂ ବି. ପ୍ରକାଶ ଦ୍ବାରା କମ୍ପୋଜ କରାଯାଇଥିବା ଏହି ରୋମାଣ୍ଟିକ ଗୀତକୁ ଗାଇଛନ୍ତି ବି. ପ୍ରାକ୍ ।

ABOUT THE AUTHOR

...view details