ଓଡିଶା

odisha

ETV Bharat / sitara

ରାପର ସାଜିଲେ ନୱାଜ, ଦେଖନ୍ତୁ ଟିଜର - swaggy chudiyan

ଜାରି ହେଲା 'ବୋଲେ ଚୁଡିୟାଂ'ର ରାପ ସଙ୍ଗ । ନିଜର ଦେଶୀ ଅନ୍ଦାଜରେ ରାପ ଗୀତଟିକୁ ଗାଉଥିବାର ନଜର ଆସୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକୀ । ସୋସିଆଲ ମିଡିଆରେ ସେୟାର କଲେ ଟିଜର ଭିଡିଓ ।

ଫଟୋ ସୌଜନ୍ୟ: ଟ୍ବିଟର@ନୱାଜୁଦ୍ଦିନ ସିଦ୍ଦିକୀ

By

Published : Jul 16, 2019, 11:07 AM IST

ମୁମ୍ବାଇ: ଦୀର୍ଘ ସମୟରୁ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ନିଆରା ଅଭିନୟ ଦେଖି ଆସୁଥିଲେ ଫ୍ୟାନ୍ସ । ଏବେ ଦର୍ଶକ ତାଙ୍କ ରାପର ଅବତାର ମଧ୍ୟ ଦେଖିବାକୁ ପାଇବେ । ଆଜ୍ଞା ହଁ, ସେ ନିଜର ଆଗାମୀ ଫିଲ୍ମ 'ବୋଲେ ଚୁଡିୟାଂ'ରେ ରାପର ସାଜି ଗୀତ ଗାଉଥିବାର ଦେଖାଯିବେ । 'ସ୍ବାଗି ଚୁଡିୟାଂ' ଗୀତ ଗାଇ ଦର୍ଶକଙ୍କ ମନ କିଣିବେ ନୱାଜ । ଯାହାର ଟିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେ ।

ସେ ଟ୍ବିଟରରେ 'ସ୍ବାଗି' ଗୀତଟିର ଟିଜର ସେୟାର କରି ନିଜ ଉତ୍ସାହ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । 28 ସେକେଣ୍ଡର ଏହି ଟିଜରରେ ତାଙ୍କର ଦେଶୀ ତଡକା ଦେଖିବାକୁ ମିଳୁଛି । ଅନ୍ୟପଟେ ତାଙ୍କ ସହ ନଜର ଆସୁଛନ୍ତି ଅଭିନେତ୍ରୀ ତମନ୍ନା ଭାଟ୍ଟିୟା । ଏହି ଗୀତଟି କୁମାର ଲେଖିଥିବାବେଳେ ଏହାକୁ କମ୍ପୋଜ କରିଛନ୍ତି ଇନ୍ଦେର ଓ ସନ୍ନି ବାୱରା ।

ଫଟୋ ସୌଜନ୍ୟ: ଟ୍ବିଟର@ନୱାଜୁଦ୍ଦିନ ସିଦ୍ଦିକୀ

ପ୍ରକାଶ ଥାଉକି 'ବୋଲେ ଚୁଡିୟାଂ'ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନୱାଜଙ୍କ ଭାଇ ଶାମସ ସିଦ୍ଦିକୀ । ସେହିପରି ଉଡପିକର ମୁଭିସ ଜରିଆରେ ଫିଲ୍ମର ପ୍ରଯୋଜନା କରିଛନ୍ତି ରାଜେଶ ଓ କିରନ ଭାଟ୍ଟିୟା । ଫିଲ୍ମର ଅଧିକାଂଶ ସୁଟିଂ ରାଜସ୍ଥାନରେ କରାଯାଇଛି ।

ସବୁଠାରୁ ମଜାଦାର କଥା ହେଲା କି ନୱାଜଙ୍କ ଅନୁରୋଧରେ ଲୋକପ୍ରିୟ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ଏହି ଫିଲ୍ମରେ ଅତିଥି କଳାକାର ରୂପେ ନଜର ଆସିବେ ।

ନିକଟରେ ନୱାଜ ହନି ତେରାହିନଙ୍କ ଡେବ୍ୟୁ ଫିଲ୍ମ 'ରାତ ଏକେଲି ହେ'ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ବୋଲ୍ଡ ଅଭିନେତ୍ରୀ ରାଧିକା ଆପ୍ଟେ ନଜର ଆସିବେ ।

ABOUT THE AUTHOR

...view details