ଓଡିଶା

odisha

ETV Bharat / sitara

ANR ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ରେଖା-ଶ୍ରୀଦେବୀ

ଏଏନଆର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ବଲିଉଡର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀ ଓ ଏଭରଗ୍ରୀନ ଅଭିନେତ୍ରୀ ରେଖା । ଯାହାର ଘୋଷଣା ଗୁରୁବାର ହୋଇଛି ।

By

Published : Nov 14, 2019, 4:35 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ଏଏନଆର ରାଷ୍ଟ୍ରୀୟ ପୁରସ୍କାର ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର । ଯାହା ଦକ୍ଷିଣ ଭାରତର ବିଶିଷ୍ଟ ଅଭିନେତା ଓ ଫିଲ୍ମ ନିର୍ମାତା ଅକ୍କିନେନୀ ନାଗେଶ୍ବର ରାଓଙ୍କ ସମ୍ମାନରେ ଅକ୍କିନେନୀ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଦ୍ବାରା ସ୍ଥାପିତ ହୋଇଥିଲା । ଏହି ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ସୁନ୍ଦରୀ ଅଭିନେତ୍ରୀ ରେଖା । ଯାହାର ଘୋଷଣା ଗୁରୁବାର ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଏହି ପୁରସ୍କାର ଜଣେ କଳାକାରକୁ ତାଙ୍କ ଜୀବନର ଉପଲବ୍ଧି ଏବଂ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଶାନଦାର ଯୋଗଦାନ ପାଇଁ ପ୍ରଦାନ କରାଯାଏ । ବଲିଉଡର ଲୋକପ୍ରିୟ ଅଭିନେତା ଦେବ ଆନନ୍ଦ ଏମିତି ଅଭିନେତା ମଧ୍ୟରେ ଅନ୍ଯତମ ଥିଲେ । ଯାହାକୁ ସର୍ବ ପ୍ରଥମେ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 2006ରେ ଦେବ ଆନନ୍ଦଙ୍କୁ ଏହି ପୁରସ୍କାର ମିଳିଥିଲା । ଆଉ 2017ରେ ସୁପରହିଟ୍ ଫିଲ୍ମ ‘ବାହୁବଳୀ’ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ପ୍ରକାଶ ଥାଉକି 2018ରେ ଶ୍ରୀଦେବୀ ଏହି ପୁରସ୍କାର ଜିତିଥିବା ବେଳେ ରେଖାଙ୍କୁ ଏବର୍ଷ ଏହି ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ସହ ଏହି ଯୋଡିଙ୍କୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଆସନ୍ତା 17 ତାରିଖରେ ତେଲୁଗୁ ମେଗାଷ୍ଟାର ଚୀରଞ୍ଜିବଙ୍କ ଏହି ପୁରସ୍କାର ପ୍ରଦାନ କରିବେ । ଶ୍ରୀଦେବୀ ଏବେ ଆମ ଗହଣରେ ନଥିବାରୁ ତାଙ୍କ ପରିବାର ସଦସ୍ୟ ଏହି ପୁରସ୍କାର ଗ୍ରହଣ କରିବେ ବୋଲି କହିଛନ୍ତି ନାଗାର୍ଜୁନ ।

ABOUT THE AUTHOR

...view details