ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ଲୋକପ୍ରିୟ ଅଭିନେତା ଋଷି କପୁର ଓ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ମୁଲ୍କ’କୁ ଗୋଟିଏ ବର୍ଷ ପୂରଣ ହୋଇଛି । ଏହି ଅବସରରେ ତାପସୀ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫିଲ୍ମରେ ସେ ଶାନଦାର ଅଭିନୟ କରିପାରିବେ ବୋଲି ତାଙ୍କ ଉପରେ ଭରସା କରିଥିଲେ ଅନୁଭବ ।
ଗତ କାଲି ଫିଲ୍ମ ରିଲିଜକୁ ବର୍ଷ ପୂରଣ ହୋଇଛି । ଅନ୍ୟପଟେ ତାପସୀ ଟ୍ବିଟର ଆକାଉଣ୍ଟରେ ତାଙ୍କୁ ଫିଲ୍ମରେ ସାଇନ କରାଇବା ଏବଂ ତାଙ୍କ ଉପରେ ବିଶ୍ବାସ ରଖିଥିବାରୁ ନିର୍ଦ୍ଦେଶକ ଅନୁଭବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ତାପସୀ ପନ୍ନୁ ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘‘ମୁଲ୍କକୁ 1 ବର୍ଷ ପୂରଣ ହୋଇଛି । ମୋ ପସନ୍ଦ ଉପରେ ବିଶ୍ବାସ କରିବା ପାଇଁ ବହୁତ ବହୁତ ଧନ୍ୟବାଦ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ । ଏବେ ଆଗାମୀ ଅଧ୍ୟାୟକୁ ଯିବା ।’’
ଫଟୋ ସୌଜନ୍ୟ: ଟ୍ବିଟର@ତାପସୀ ପନ୍ନୁ ପ୍ରକାଶ ଥାଉକି ‘ମୁଲ୍କ’ ଫିଲ୍ମ ଏକ ମୁସଲିମ ପରିବାର ଉପରେ ଆଧାରିତ । ଯେଉଁଥିରେ ଅଭିନେତା ପ୍ରତୀକ ବବ୍ବରଙ୍କ ଉପରେ ଆତଙ୍କବାଦୀ ଅଭିଯୋଗ ଲାଗିବାରୁ ପୁରା ପରିବା ନିଜ ସମ୍ମାନ ହରାଇଥିବ । ଯେଉଁ ସମ୍ମାନ ପାଇବା ପାଇଁ ଏକାଟିଆ ପରିବାର ଲଢିଥିବେ । ଫିଲ୍ମରେ ପ୍ରତୀକଙ୍କ ପିତା ରୂପେ ଋଷି ନଜର ଆସିଥିଲେ ।
ଅନ୍ୟପଟେ ତାପସୀଙ୍କ ଆଗାମୀ ଫିଲ୍ମ ‘ଷାଣ୍ଡ କି ଆଂଖ’ ସୁଟିଂ ଜୋରସୋରରେ ଚାଲିଛି । ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଭୂମି ପେଡନକର ମଧ୍ୟ ନଜର ଆସିବେ । ଫିଲ୍ମଟି ଭାରତର ଦୁଇ ସୁଟରଙ୍କ କାହାଣୀ ଉପରେ ଆଧାରିତ ।