ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ ଅନିଲ କପୁର ଓ ଅର୍ଜୁନ କପୁର ଅଭିନୀତ ଫିଲ୍ମ 'ମୁବାରକନ' ରିଲିଜକୁ ଗତ ରବିବାର ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରକୁ ସେଲିବ୍ରେଟ କରିଛନ୍ତି ଅନିଲ ।
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହି ଅବସରକୁ ସେଲିବ୍ରେଶନ କରିଛନ୍ତି । ଭିଡିଓରେ 'ମୁବାରକନ' କୋ-ଷ୍ଟାର ଇଲିୟାନ ଡିକ୍ରୁଜ, ଫିଲ୍ମ ନିର୍ଦ୍ଦେଶକ ଅନିସ ବଜ୍ମି ଓ ପ୍ରଯୋଜକ ମୁରାଦ ଖେତାନି ନଜର ଆସୁଛନ୍ତି । ଭିଡିଓରେ ଅନିଲ କିପରି ସମସ୍ତେ ଏକାଠି ହାଇଦ୍ରାବାଦରେ ପହଞ୍ଚିଛନ୍ତି ଆଉ ଖୁବ୍ ଏନଜୟ କରୁଛନ୍ତି ବୋଲି କହୁଥିବାର ମଧ୍ୟ ଦେଖାଯାଉଛନ୍ତି । କିନ୍ତୁ ଫିଲ୍ମର ଅନ୍ୟ ଦୁଇ କୋ-ଷ୍ଟାର ଅର୍ଜୁନ ଓ ଆଥିୟା ସେଟ୍ଟୀ କାମରେ ବ୍ୟସ୍ତ ଥିବାରୁ ହାଇଦ୍ରାବାଦ ଯାଇନାହାଁନ୍ତି । ଯାହାର ଖୁଲାସା ଅନିଲ ଭିଡିଓରେ କରିଛନ୍ତି ।
ଏହାସହ 'ମୁବାରକନ'ର ସିକ୍ବେଲ ଫିଲ୍ମ ଖୁବଶୀଘ୍ର ତିଆରି ହେବ ବୋଲି ନିର୍ଦ୍ଦେଶକ ଅନସ ହିଣ୍ଟ ମଧ୍ୟ ଦେଇଛନ୍ତି । ଯାହା ଏବର୍ଷ ଡିସେମ୍ବର 25 କିମ୍ବା ଆସନ୍ତା ବର୍ଷ ରିଲିଜ ହୋଇପାରେ ।
ପ୍ରକାଶ ଥାଉକି 'ମୁବାରକନ' ଫିଲ୍ମଟିକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ବକ୍ସ ଅଫିସରେ ଏହି ଫିଲ୍ମଟି 93.5. କୋଟି ଆୟ କରିବାରେ ସଫଳ ହୋଇଥିଲା । ଫିଲ୍ମର ଅଭିନେତା ଅର୍ଜୁନ ଜଲଦି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଐତିହାସିକ ଫିଲ୍ମ 'ପାନିପତ'ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ଓ କ୍ରିତି ସାନନ ମୁଖ୍ୟ ଭୂମିକାରେ ଦେଖାଯିବେ ।
ଅନ୍ୟପଟେ ଅନିଲ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ 'ତଖ୍ତ'ରେ ଅଭିନୟ କରୁଥିବାର ଦେଖାଯିବେ । ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ବିକ୍କୀ କୌଶଲ, କରୀନା କପୁର ଖାନ, ଆଲିୟା ଭଟ୍ଟ, ଜାହ୍ନବୀ କପୁର ଓ ଭୂମି ପେଡନକର ମୁଖ୍ୟ ଭୂମିକାରେ ନଜର ଆସିବେ । ଖାଲି ଏତିକି ନୁହେଁ ଏହି ଫିଲ୍ମ ବ୍ୟତୀତ ଅନୀଲ ନିର୍ଦ୍ଦେଶକ ମୋହିତ ସୁରିଙ୍କ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ 'ମଲଙ୍ଗ'ର ସୁଟିଂରେ ମଧ୍ୟ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଆଦିତ୍ୟ ରାୟ କପୁର, ଦିଶା ପଟାନୀ ଦେଖାଯିବେ ।