ଓଡିଶା

odisha

ETV Bharat / sitara

‘ଜର୍ସି’ରେ ମୃଣାଳଙ୍କ ଏଣ୍ଟ୍ରି, ଶାହିଦଙ୍କ ସହ କରିବେ ରୋମାନ୍ସ

ଶାହିଦ କପୁରଙ୍କ ଅପକମିଂ ଫିଲ୍ମ ‘ଜର୍ସି’ରେ ନଜର ଆସିବେ ହ୍ରିତିକ ରୋଶନଙ୍କ ଅଭିନେତ୍ରୀ ମୃଣାଳ ଠାକୁର । ଫିଲ୍ମକୁ ନେଇ ନିଜ ଖୁସି ଜାହିର କରିଛନ୍ତି ସେ।

By

Published : Nov 19, 2019, 2:21 PM IST

ଡିଜାଇନ ଫଟୋ

ମୁମ୍ବାଇ: ‘ସୁପର 30’ ଓ ‘ବାଟଲା ହାଉସ’ରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିବା ଲୋକପ୍ରିୟ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ନୂଆ ଚର୍ଚ୍ଚା । ହ୍ରିତିକ ରୋଶନ, ଜନ ଅବ୍ରାହମ ଭଳି ଅଭିନେତାଙ୍କ ସହ ରୋମାନ୍ସ କରିସାରିବା ପରେ ଏବେ ସେ ବି-ଟାଉନ କ୍ୟୁଟ ଅଭିନେତାଙ୍କ ସହ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।

ଆଜ୍ଞା ହଁ, ସେ ଖୁବଶୀଘ୍ର କବୀର ସିଂ ଫେମ ଶାହିଦ କପୁରଙ୍କ ଆଗାମୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ସେ ଶାହିଦଙ୍କ ଚର୍ଚ୍ଚିତ ଫିଲ୍ମ ‘ଜର୍ସି’ରେ ଅଭିନୟ କରିବେ । ଏହି ଫିଲ୍ମ ତେଲୁଗୁର ଚର୍ଚ୍ଚିତ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ। ଗୌତମ ତିନ୍ନାନୁରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି । ସେ ତେଲୁଗୁ ‘ଜର୍ସି’ର ମଧ୍ୟ ନିର୍ଦ୍ଦେଶକ ।

ଶାହିଦଙ୍କ ସହ ପ୍ରଥମଥର ଅଭିନୟ କରିବାକୁ ନେଇ ମୃଣାଳ କହିଛନ୍ତି ଯେ ‘ଜର୍ସି’ରେ ତାଙ୍କ ଅପୋଜିଟ କାମ କରିବାକୁ ନେଇ ସେ ବହୁତ ଖୁସି ଅଛନ୍ତି । ଯେତେବେଳେ ସେ ତେଲୁଗୁ ‘ଜର୍ସି’ ଦେଖିଥିଲେ ତାର ଇମୋଶନାଲ ଯାତ୍ରାକୁ ନେଇ ଉତ୍ସାହିତ ହୋଇଯାଇଥିଲେ । ତାଙ୍କୁ ଏମିତି ଲାଗିଥିଲା ଯେ ସେହି ଦୁଇ ଘଣ୍ଟାରେ ସେ ଅନୁଭୂତିର ପୁରା ଜୀବନ ବଞ୍ଚିନେଇଛନ୍ତି । ତାଙ୍କ ଉପରେ ଫିଲ୍ମର ଏମିତି ପ୍ରଭାବ ପଡିଛି ଯେ ସେ ହୃଦୟରୁ ‘ଜର୍ସି’ର କାହାଣୀକୁ ଭୁଲି ପାରୁନାହାଁନ୍ତି । ଫିଲ୍ମ ବିଷୟରେ ସେ ସାରା ରାତି ଭାବିଥିଲେ । ପୁଣି ତା ପରଦିନ ଉଠି ଫିଲ୍ମ ଦେଖିଥିଲେ ।

ପ୍ରକାଶ ଥାଉକି ‘ଜର୍ସି’ ପୂର୍ବରୁ ଶାହିଦ ସାଉଥର ଫେମସ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂ’ରେ ଅଭିନୟ କରିଥିଲେ । ଯାହା ବ୍ଲକବଷ୍ଟର ସାଜିଥିଲା । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ କିୟାରା ଆଡଭାନୀ।

ABOUT THE AUTHOR

...view details