ଓଡିଶା

odisha

ETV Bharat / sitara

ୱେବସିରିଜ ‘ତାଣ୍ଡବ’କୁ ନେଇ ତାଣ୍ଡବ, ଆମାଜନ ପ୍ରାଇମକୁ ଜବାବ ତଲବ - ଅଡୁଆରେ ତାଣ୍ଡବ

ୱେବସିରିଜ ତାଣ୍ଡବକୁ ନେଇ ବଢୁଛି ଅଡୁଆ । ସିରିଜରେ ହିନ୍ଦୁ ଧର୍ମ ଓ ଦଳିତମାନଙ୍କ ପ୍ରତି ଅବମାନନାକୁ ବିରୋଧ କରି ତୁରନ୍ତ ବ୍ୟାନ ପାଇଁ ତେଜୁଛି ବିବାଦ । ଯେଉଁଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଓଟିଟି ପ୍ଲାଟଫର୍ମ ଆମାଜାନ ପ୍ରାଇମ ଇଣ୍ଡିଆକୁ ମଗାଯାଇଛି ଜବାବ । ଅଧିକ ପଢନ୍ତୁ...

ୱେବସିରିଜ ‘ତାଣ୍ଡବ’କୁ ନେଇ ସୋସିଆଲ ମିଡିଆରେ ତାଣ୍ଡବ, ଆମାଜନ ପ୍ରାଇମକୁ ଜବାବ ତଲବ
ୱେବସିରିଜ ‘ତାଣ୍ଡବ’କୁ ନେଇ ସୋସିଆଲ ମିଡିଆରେ ତାଣ୍ଡବ, ଆମାଜନ ପ୍ରାଇମକୁ ଜବାବ ତଲବ

By

Published : Jan 18, 2021, 2:01 PM IST

Updated : Jan 19, 2021, 6:34 AM IST

ହାଇଦ୍ରାବାଦ: ଗୋଟିଏ ପଟେ ସଦ୍ୟ ରିଲିଜ ୱେବସିରିଜ ‘ତାଣ୍ଡବ’ର ଲୋକପ୍ରିୟତା ଆଉ ଗୋଟିଏ ପଟେ ବିବାଦ । ଆମାଜନ ପ୍ରାଇମ ଇଣ୍ଡିଆରେ ସୈଫ ଅଲ୍ଲୀ ଖାନ, ସୁନିଲ ଗ୍ରୋଭର ଓ ଡିମ୍ପଲ କାପାଡିଆଙ୍କ ଅଭିନୀତ ତାଣ୍ଡବକୁ ପାଇଁ ଦିନକୁଦିନ ବଢୁଛି ଅଡୁଆ । ୱେବସିରିଜ ବ୍ୟାନ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଅନେକ ଚିଠି ଓ ଟ୍ବିଟ ଆସିବା ପରେ ଆଜି ନିର୍ମାତା ଓ ଆମାଜନ ପ୍ରାଇମକୁ ଜବାବ ତଲବ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ସିରିଜରେ ହିନ୍ଦୁଙ୍କ ଧାର୍ମିକ ଭାବନା ଓ ଦଳିତଙ୍କୁ କୁଠାରାଘାତ ପହଞ୍ଚିବାଭଳି ବିଷୟବସ୍ତୁ ରହିଥିବା ଅଭିଯୋଗ ଆଣିଛନ୍ତି ରାମ କଦମ, ନନ୍ଦକିଶୋର ଗୁର୍ଜର, ମନୋଜ କୋଟାକ ,କପିଲ ମିଶ୍ରା ଆଦି ଅନେକ ନେତାମନ୍ତ୍ରୀ । ସିରିଜଟି ପ୍ରଖ୍ୟାତ ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଗୌରବ ସୋଲାଙ୍କିଙ୍କ ଦ୍ବାରା ଲେଖାଯାଇଥିବାବେଳେ ଗତ 15 ତାରିଖରେ ଓଟିଟି ପ୍ଲାଟଫର୍ମରେ ହୋଇଥିଲା ରିଲିଜ । ତେବେ ଏଥିରେ ଅଭିନେତା ମହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #BanTandavnow, #BoycottTandav.

ପ୍ରକାଶ ଜାଭଡେକର OTT ପ୍ଲାଟଫର୍ମର ଅଧିକାରୀମାନଙ୍କୁ ଭେଟି ବିଭିନ୍ନ ଷ୍ଟ୍ରିମିଂ ପ୍ଲାଟଫର୍ମରେ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ରଖିବାକୁ କହିବା ସହ ଘଟଣାକୁ ନେଇ ମନ୍ତ୍ରଣାଳୟ ଆମାଜନ ପ୍ରାଇମ ଭିଡିଓକୁ ଜବାବ ମାଗିଛି । ତେବେ ଏନେଇ ଲକ୍ଷ୍ନୌ ପୋଲିସ ଷ୍ଟେସନରେ ୱେବସିରିଜ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Last Updated : Jan 19, 2021, 6:34 AM IST

ABOUT THE AUTHOR

...view details