ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ଆଡଲ୍ଟ ଷ୍ଟାର ମିଆ ଖଲିଫା । ଏବେ ମିଆଙ୍କ ଟିକଟକ୍ ଆକାଉଣ୍ଟ ଉପରେ ପାକିସ୍ତାନରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ ମିଆ ଖୁବ୍ ରାଗିଯାଇଛନ୍ତି । ଯାହାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମିଆ ଟ୍ବିଟ୍ କରି ଲେଖିଛନ୍ତି, ପାକିସ୍ତାନୀଙ୍କୁ ମୋର ଟିକଟକ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସ୍ବର ଉତ୍ତୋଳନ କରିବା ଉଚିତ୍। ଏବେ ଠାରୁ ମୁଁ ମୋର ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ ଟ୍ବିଟରରେ ମୋର ସମସ୍ତ ଟିକଟକ୍ ଭିଡିଓ ପୋଷ୍ଟ କରିବି, ଯେଉଁମାନେ ଫାଶୀବାଦକୁ ଦୂର କରିବାକୁ ଚାହୁଁଛନ୍ତି ।