ଓଡିଶା

odisha

ETV Bharat / sitara

ଅର୍ଜୁନଙ୍କ ପାପା ହେବା ଖବରରେ ଶୁଭେଚ୍ଛା ଦେଲେ ପୂର୍ବତନ ପତ୍ନୀ - girlfriend

ଅର୍ଜୁନ ରାମପାଲଙ୍କୁ ପିତା ହେବାର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ପତ୍ନୀ ମେହର ଜୋସିୟା । କିଛି ଦିନ ପୂର୍ବରୁ ଅର୍ଜୁନ ପୁଣିଥରେ ପାପା ହେବା ନେଇ ଘୋଷଣା କରିଥିଲେ ।

ଡିଜାଇନ ଫଟୋ

By

Published : Apr 26, 2019, 11:35 PM IST

ମୁମ୍ବାଇ: ତୃତୀୟଥର ପାପା ହେବାକୁ ଯାଉଛନ୍ତି ଅର୍ଜୁନ ରାମପାଲ । ଗତ ମଙ୍ଗଳବାର ଅଭିନେତା ଅର୍ଜୁନ ରାମପାଲ ଇନଷ୍ଟାଗ୍ରାମରେ ଏନେଇ ଘୋଷଣା କରିଛନ୍ତି । ଗର୍ଲଫ୍ରେଣ୍ଡ ଗର୍ଭବତୀ ଥିବା ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସ ଓ ଫଲୋୱର୍ସ ବହୁତ ଖୁସି ହେବା ସହ ସୋସିଆଲ ମିଡିଆରେ ଶୁଭେଚ୍ଛାର ବନ୍ୟା କରିଦେଇଛନ୍ତି । ଏବେ ଅର୍ଜୁନଙ୍କ ପୂର୍ବତନ ପତ୍ନୀ ମେହର ଜେସିୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଗତ ବର୍ଷ ଅର୍ଜୁନଙ୍କ ଠାରୁ ଅଲଗା ହୋଇଥିବା ମେହର ମଧ୍ୟ ଅର୍ଜୁନଙ୍କ ପିତା ହେବା ଖବରରେ ବହୁତ ଖୁସି ଅଛନ୍ତି । ସେ ଅର୍ଜୁନଙ୍କୁ ଏହାର ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଜଣାଇ ଦେଉଛୁ ଯେ ବିବାହର 20 ବର୍ଷ ପରେ ଅର୍ଜୁନ ଓ ମେହର ଅଲଗା ହୋଇଥିଲେ । କିନ୍ତୁ ଏଯାବତ ଦୁଇଜଣ ଅଧିକାରୀକ ରୂପେ ଛାଡପତ୍ର ନେଇନାହାଁନ୍ତି ।

ପ୍ରକାଶ ଥାଉକି ଅର୍ଜୁନ ଓ ଗାବ୍ରିଏଲାଙ୍କ ବିବାହ ଏଯାବତ ହୋଇନାହିଁ । ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ଅର୍ଜୁନ ଗାବ୍ରିଏଲାଙ୍କ ସହ ରହିବା ଆରମ୍ଭ କରିଦେଇଥିଲେ ।

ABOUT THE AUTHOR

...view details