ମୁମ୍ବାଇ: କିଛି ଦିନ ହେବ ବହୁ ଚର୍ଚ୍ଚିତ ଫିଲ୍ମ 'ଛପାକ'ର ସୁଟିଂ ଶେଷ କରିନେଇଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଫିଲ୍ମରେ ଦୀପିକା ଅବିକଳ ଲକ୍ଷ୍ମୀ ପରି ଦେଖାଯାଉଛନ୍ତି । ତାଙ୍କୁ ଲୁକକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ଅନ୍ୟପଟେ ସୁଟିଂର ଲାଷ୍ଟ ଡେ ରେ ନିର୍ଦ୍ଦେଶିକା ମେଘନା ଗୁଲଜାର ଇମୋଶନାଲ ହୋଇଯାଇଥିଲେ । ସେ ଗୁରୁବାର ସୋସିଆଲ ମିଡିଆରେ ଦୀପିକା ଓ ବିକ୍ରାନ୍ତଙ୍କ ପାଇଁ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି ନିଜ ସ୍ନେହ ପ୍ରକାଶ କରିଛନ୍ତି ।
ସେ ଦୀପିକା ଓ ବିକ୍ରାନ୍ତଙ୍କ ପାଇଁ ପୋଷ୍ଟ କରି ଲେଖିଛନ୍ତି, "ଆଜି ଛପାକର ଶେଷ ଦିନ । ମାଲତି, ଅମୋଲ ମୁଁ ସବୁବେଳେ ତୁମ ଦୁଇଜଣଙ୍କୁ ହୃଦୟରେ ରଖିବୁ। ଫିଲ୍ମରେ କ୍ୟାରେକ୍ଟରକୁ ନେଇ ନିଜକୁ ସମର୍ପିତ କରିବା ପାଇଁ ଧନ୍ୟବାଦ "।