ହାଇଦ୍ରାବାଦ: ଅର୍ଜୁନ କପୁର ଲେଡିଲଭ୍ ମଲାଇକା ଅରୋରାଙ୍କ ସହିତ ମିଶି ନ୍ୟୁ ଇଅର ୨୦୨୨କୁ ସେଲିବ୍ରେଟ କରିପାରିନାହାନ୍ତି । ଏଥିଲାଗି ସେ ଏକ ଫଟୋ ସେୟାର କରିଥିବାବେଳେ ଏହାକୁ ରିସେୟାର କରିଛନ୍ତି ମଲାଇକା । ସେ ମିଷ୍ଟର ପାଉଟି(Mr Pouty)ଙ୍କୁ ମିସ୍ କରୁଥିବା କ୍ୟାପସନରେ ଲେଖି ସେୟାର କରିଥିବା ଦେଖିବାକୁ ମିଳିଛି ।
ଅର୍ଜୁନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ କ୍ବାରେଣ୍ଟାଇନରେ ରହୁଛନ୍ତି । ଫଳରେ ମଲାଇକାଙ୍କୁ ଭେଟି ପାରୁନାହାନ୍ତି ସେ । ଏଥିଲାଗି ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଓ ମଲାଇକା ସୂର୍ଯ୍ୟଙ୍କ ତଳେ ବସିଥିବା ବେଳେ ପାଉଟ୍ ପୋଜ୍ ଦେଇଛନ୍ତି । ଏଥିରେ ଅର୍ଜୁନ କ୍ୟାପସନରେ ଲେଖିଛନ୍ତି ଯେ, "ଆମେ ସଭିଁଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଉଛୁ । " ତେବେ ଅଭିନେତ୍ରୀ ମଲାଇକା ମଧ୍ୟ ଏହି ସମାନ ଫଟୋକୁ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, "ମିଷ୍ଟର ପାଉଟି ମୁଁ ତୁମକୁ ମିସ୍ କରୁଛି । ମୋ ପାଉଟ୍ ତୁମଠୁ ଭଲ । ଏହାସହିତ ନବବର୍ଷର ସମସ୍ତଙ୍କୁ ଅଭିନନ୍ଦନ ।"