ମୁମ୍ବାଇ: ମୋହିତ ସୂରୀଙ୍କ ଫିଲ୍ମ 'ମଲଙ୍ଗ' ଗତ ବର୍ଷ ଆଜିର ଦିନରେ ମୁକ୍ତିଲାଭ କରିଥିଲା । ଏହି ବିଶେଷ ଅବସରରେ ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମ ସହ ଜଡିତ କିଛି ପୁରୁଣା କଥାଗୁଡିକୁ ମନେ ପକାଇଛନ୍ତି ।
ଦିଶା କହିଛନ୍ତି, 'ମଲଙ୍ଗ' ଗୋଟିଏ ବର୍ଷ ପୂରଣ କରିଛି । ସମୟ ପ୍ରକୃତରେ ବହୁ ଦ୍ରୁତ ଗତିରେ ଯାଉଛି । ଏହି ଚଳଚ୍ଚିତ୍ରର ସୁଟିଂ କରିବାରେ ମୋତେ ବହୁତ ମଜା ଲାଗିଥିଲା । ଚଳଚ୍ଚିତ୍ରର ମେସେଜ ଥିଲା 'ପାଗଳପନ୍ତୀ'କୁ ଖୋଲାଖୋଲି ଭାବେ କହିବା ଏବଂ ଆମେ ଠିକ୍ ତାହା କରିଥିଲୁ । ଫିଲ୍ମରେ ଆକ୍ସନ୍, ଡ୍ରାମା, ରୋମାନ୍ସ, ସବୁ ଭରପୂର ଥିଲା ।