ଓଡିଶା

odisha

ETV Bharat / sitara

ମୋଦିଙ୍କୁ ଟାର୍ଗେଟ କଲେ ମହେଶ ଭଟ୍ଟ

ମୋଦିଙ୍କ ଜିତିବା ଖୁସିରେ ସମସ୍ତେ ଶୁଭକାମନା ଦେଉଥିବା ବେଳେ ମହେଶ ଭଟ୍ଟ କିନ୍ତୁ ଟାର୍ଗେଟ କରିଛନ୍ତି। ବିଜେପିର ଜିତରେ ଖୁସି ନାହାଁନ୍ତି ମହେଶ ।

By

Published : May 26, 2019, 4:43 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡର ଷ୍ଟାରମାନେ ରାଜନୀତିକୁ ନେଇ ସବୁବେଳେ ବୁଲେଇ ବଙ୍କେଇ ମତ ରଖିଥାଆନ୍ତି । ମାତ୍ର ମହେଶ ଭଟ୍ଟ ସିଧାସଳଖ ନିଜ ମତ ୟୁଜର୍ସଙ୍କ ପାଖରେ ପହଞ୍ଚାଇଥାଆନ୍ତି । ତେବେ 2019 ନିର୍ବାଚନରେ ପୁଣିଥରେ ବିଜେପି ବହୁମତ ବିଜୟ ହାସଲ କରିଛି । ମାତ୍ର ଏଥିରେ ଖୁସି ନାହାଁନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ ।

ଫଟୋ ସୌଜନ୍ୟ: ଟ୍ବିଟର/ Mahesh Bhatt

ମହେଶଙ୍କ କହିବା କଥା ଯେ ପର୍ଯ୍ୟନ୍ତ ମୋଦୀ ଆରଏସଏସର ବିଚାରଧାରା ସମର୍ଥନରେ ଅଛନ୍ତି, ସେ ପର୍ଯ୍ୟନ୍ତ ସେ ମୋଦିଙ୍କୁ ସମର୍ଥନ କରିବେ ନାହିଁ । ମହେଶ ମାନନ୍ତି କି, ଆରଏସଏସ ଆମ ଦେଶରେ ଥିବା ବିଭିନ୍ନତାରେ ଏକତା ପାଇଁ କ୍ଷତିକାରକ । ଆରଏସଏସର ଚିନ୍ତାଧାରା ଦେଶକୁ ବିଭାଜିତ କରିପାରେ । ତେଣୁ ମୋଦିଙ୍କ ବିଜୟ ପରେ ମହେଶ ସାମ୍ବାଦିକ ରାଣା ଅୟୁବଙ୍କ ଆର୍ଟିକିଲ, ‘ସେହି ନିର୍ବାଚନ ଯାହା ପାଇଁ ଶତାଧିକ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି’ କୁ ସେୟାର କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ମୋଦି, ହିନ୍ଦୁରାଷ୍ଟ୍ରବାଦ ବିଚାରକୁ ଜନ୍ମ ଦେଇଛନ୍ତି ଯାହା ଆଗାମୀ କାର୍ଯ୍ୟକାଳରେ ବଢିପାରେ ବୋଲି କହିଛନ୍ତି ମହେଶ । ତେବେ ଏହି ପୋଷ୍ଟ କାରଣରୁ ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି ମହେଶ । ଅନେକ ନେଗେଟିଭ କମେଣ୍ଟ ମଧ୍ୟ ଆସିଛି ।

ତେବେ ମହେଶ ଏବେ ଫିଲ୍ମ ସଡକ-2ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁରଙ୍କ ସହ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ ।

For All Latest Updates

ABOUT THE AUTHOR

...view details