ଓଡିଶା

odisha

By

Published : Apr 15, 2020, 11:59 AM IST

ETV Bharat / sitara

ପୁଅର ବାଜା ତାଳେ ତାଳେ ନାଚିଲେ ମାଧୁରୀ

ଲକଡାଉନରେ ପରିବାର ସହ ଖୁବ୍ ମସ୍ତି କରୁଥିବାର ଦେଖାଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଲା ତାଙ୍କ ନୂଆ ଭିଡିଓ...

madhuri dixit
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: କୋରୋନା ଭାଇରସ ପାଇଁ ଏହି ସମୟରେ ସବୁ ସେଲିବ୍ରିଟି ନିଜ ନିଜ ଘରେ ଅଛନ୍ତି। ହେଲେ ଏହି ପରିସ୍ଥିତିରେ ମଧ୍ୟ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରିବା ଭୁଲୁନାହାଁନ୍ତି ଷ୍ଟାର୍ସ। ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିବା ସହ ଅନେକ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଦେଉଛନ୍ତି। ଏବେ କ୍ରମରେ ସାମିଲ ହୋଇଛନ୍ତି ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏଥର ଭିଡିଓରେ ସେ ଏକୁଟିଆ ନୁହେଁ ବରଂ ପୁଅ ଅରିନ ନେନଙ୍କ ସହ ନଜର ଆସୁଛନ୍ତି। ଆଉ ସବୁଠାରୁ ମୁଖ୍ୟ କଥା ହେଲା ପୁଅର ତବଲା ତାଳରେ ମାଧୁରୀ ନାଚୁଛନ୍ତି। ଏହାସହ ସେ ପୁଅଙ୍କୁ ମଧ୍ୟ କଥକ ଷ୍ଟେପ୍ସ ଶିଖାଉଥିବାର ମଧ୍ୟ ଦେଖାଯାଉଛନ୍ତି।

ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ‘କ୍ବାରେଣ୍ଟାଇନ ଆମେ ସମସ୍ତେ ତାହା କରିପାରୁଛେ, ଯାହା ଆମେ ପୂର୍ବରୁ କରିବାକୁ ଚାହୁଁଥିଲେ।’

ABOUT THE AUTHOR

...view details