ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ପାଖାପାଖି 10 ମାସରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ଆଉ ଖୁବଶୀଘ୍ର ଭାରତ ଫେରିବେ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ତାଙ୍କ ସ୍ବାସ୍ଥ ବିଷୟରେ ବୁଝିବା ପାଇଁ ଅନେକ ସେଲିବ୍ରିଟି ଅନେକଥର ନ୍ୟୁୟର୍କର ଯାତ୍ରା କରିସାରିଲେଣି । ଅନ୍ୟପଟେ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ନୀତୁ ସିଂ ସବୁବେଳେ ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା ସେଲିବ୍ରିଟିଙ୍କ ଫଟୋ ସେୟାର କରୁଥିବାର ନଜର ଆସନ୍ତି ।
ଲାଇକ ଫାଦର ଲାଇକ ସନ, ଦେଖନ୍ତୁ ଭିଡିଓ - ନୀତୁ ସିଂ
ରଣବୀର କପୁରଙ୍କ ମା' ଏଥର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ପିତା ସହ ପୁଅକୁ ତୁଳନା କରୁଥିବାର ଦେଖାଯାଉଛନ୍ତି ନୀତୁ ।
ଇତିମଧ୍ୟରେ ନୀତୁ କୌଣସି ଫଟୋ ନୁହେଁ ବରଂ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ପିତା ଓ ପୁଅ ଏକା ପରି ବୋଲି ଜଣାଇଛନ୍ତି । ପୁଅ ରଣବୀର କପୁର ସହ ଋଷିଙ୍କ ତୁଳନା କରି ନୀତୁ ଭିଡିଓରେ ଲେଖିଛନ୍ତି ପିତା ପରି ପୁଅ ( ଲାଇକ ଫାଦର ଲାଇକ ସନ୍ ) ।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଋଷି ‘ଚାନ୍ଦନୀ’ ଫିଲ୍ମର ଗୀତ ‘ତେରେ ମେରେ ହୋଠୋଂ ପେ’ ସହ ରଣବୀରଙ୍କ ଫିଲ୍ମ ‘ୟେ ଦିଲ ହେ ମୁସକିଲ’ର ଗୋଟିଏ ଗୀତକୁ ତୁଳନା କରିଛନ୍ତି । ପିତାଙ୍କ ଗେଟଅପରେ ରଣବୀର ନଜର ଆସୁଥିବାର ଦେଖାଯାଉଛନ୍ତି । ଆଉ ପିତାଙ୍କ ପରି ଅଭିନୟ ମଧ୍ୟ କରୁଥିବାର ଦେଖାଯାଉଛନ୍ତି ରଣବୀର । ଯାହାର ମଜାକ ଉଡାଇ ନୀତୁ ଏହି ଭିଡିଓଟିକୁ ସେୟାର କରିଛନ୍ତି ।