ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଦୁଇଟି ରାଜ୍ୟର ପୋଲିସ ତଦନ୍ତ କରୁଛନ୍ତି । ମୃତ୍ୟୁ ପରଠୁ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଥିଲା । ହେଲେ କିଛି ଦିନ ହେବ ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଏଫଆଇଆର ପରେ ବିହାର ପୋଲିସ ମୁମ୍ବାଇରେ ତଦନ୍ତ ଆରମ୍ଭ କରିଦେଇଛି । ସେପଟେ ଧିରେ ଧିରେ କରି ଏହି ମାମାଲରେ ରାଜନୈତିକ ପାର୍ଟି ମଧ୍ୟ ସାମିଲ ହେବାରେ ଲାଗିଲେଣି । ବିଜେପି ନେତା ଶାହନୱାଜ ହୁସୈନ ସିବିଆଇ ଯାଞ୍ଚ ଦାବି କରିଥିବା ବେଳେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ପ୍ରତିକ୍ରିୟା ଦେଇଛନ୍ତି।
‘ସୁଶାନ୍ତଙ୍କ ମାମଲାରେ ରାଜନୀତି କରିବା ପାପ ଠୁ କମ ନୁହେଁ’ - ବିଜେପି ନେତା ଶାହନୱାଜ ହୁସୈନ ସିବିଆଇ ଯାଞ୍ଚ ଦାବି
ସୁଶାନ୍ତଙ୍କ କେସରେ ମୁହଁ ଖୋଲିଲେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ । ସେ ବିଜେପି ନେତା ଶାହନୱାଜଙ୍କୁ କଡା ଜବାବ ଦେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ ଶାହନୱାଜଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ରାଜନୈତିକ ପ୍ରେରଣା ଉଦ୍ଦେଶ୍ୟରୁ ସିବିଆଇ ଯାଞ୍ଚ ଦାବିର ପର୍ଦା ଫାଶ ନିହାତି ହେଉଛି । ବିହାରର 12 କୋଟି ଜନତାଙ୍କ ଦାବି ଭଲ ସ୍ବାସ୍ଥ୍ୟବ୍ୟସ୍ଥା, ବନ୍ୟାରେ ପ୍ରଭାବିତଙ୍କୁ ସାହାଯ୍ୟ, କୋରୋନା ଆଶ୍ବସ୍ତି ଉପରେ ଯଦି ସରକାର ଧ୍ୟାନ ଦେବ ତେବେ ସଠିକ୍ ରୂପେ ସେବା ହେବ । ସୁଶାନ୍ତ ଦେଶବାସୀଙ୍କ ପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ରାଜନୀତି କରିବା କୌଣସି ପାପଠୁ କମ ନୁହେଁ।’
ପ୍ରକାଶ ଥାଉକି ଶାହନୱାଜଙ୍କ ବ୍ୟତୀତ ଅନେକ ନେତା ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରିସାରିଲେଣି । ସେହିପରି ଅନେକ ସେଲିବ୍ରିଟି ମଧ୍ୟ ସିବିଆଇ ଯାଞ୍ଚ ଦାବି ସୋସିଆଲ ମିଡିଆରେ ଜାରି ରଖିଛନ୍ତି । ଏହି କ୍ରମରେ ଅନେକ ଛୋଟ ପରଦାର କଳାକାର ମଧ୍ୟ ସାମିଲ ଅଛନ୍ତି ।