ଓଡିଶା

odisha

ସୁଶାନ୍ତଙ୍କ କେସ: ଶ୍ବେତାଙ୍କ ପ୍ରଶ୍ନ ଘେରରେ ପୁଣି ରିୟା

ଟ୍ବିଟ କରି ରିୟାଙ୍କୁ କଡା ଜବାବ ଦେଲେ ଶ୍ବେତା ସିଂ କ୍ରିର୍ତ୍ତି । ପଚାରିଲେ ଭାରତର ସବୁଠୁ ମହଙ୍ଗା ଓକିଲଙ୍କୁ କିପରି ଫିସ୍ ଦେଉଛ ?

By

Published : Aug 29, 2020, 2:34 PM IST

Published : Aug 29, 2020, 2:34 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ବର୍ତ୍ତମାନ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଡାକଡି ଯାଞ୍ଚ କରୁଛନ୍ତି । ସୁଶାନ୍ତଙ୍କ କେସରେ ସନ୍ଦେହ ଘେରରେ ଥିବା ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ସେହିପରି ସେ ଗୁରୁବାର ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଥିଲେ । ସୁଶାନ୍ତଙ୍କ ଡ୍ରଗ ନେବା କଥା ତାଙ୍କ ପରିବାର ସହ କିପରି ସମ୍ପର୍କ ଥିଲା ଇତ୍ୟାଦି ସାକ୍ଷାତକାରରେ କହିଥିଲେ । ଖାଲି ଏତିକି ନୁହେଁ ରିୟା ନିଜ ସମ୍ପତ୍ତିକୁ ନେଇ କିଛି ଏମିତି ବୟାନ ଦେଇଥିଲେ, ଯାହା ଉପରେ ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କ୍ରିର୍ତ୍ତି କଡା ଜବାବ ଦେଇଛନ୍ତି ।

ରିୟାଙ୍କ ସେହି ସାକ୍ଷାତକାରର ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି ଶ୍ବେତା । ଯେଉଁଥିରେ ରିୟା ଏହା କହୁଥିବାର ନଜର ଆସୁଛନ୍ତି, ‘ମୁମ୍ବାଇ ଖାରରେ ମୋର ଏକ ପ୍ଲଟ ଅଛି । ଯାହାକୁ ମୁଁ ସୁଶାନ୍ତଙ୍କୁ ସାକ୍ଷାତ କରିବା ପୂର୍ବରୁ କିଣିଥିଲି । 72 ଲକ୍ଷ ଟଙ୍କାର ଏହି ସମ୍ପତ୍ତି । ଯାହାକୁ କିଣିବା ପାଇଁ ମୁଁ 50 ଲକ୍ଷ ଟଙ୍କାର ଲୋନ ନେଇଛି । ଏହାର ସବୁ ପେପର ମୁଁ ଇଡିଙ୍କୁ ଦେଇସାରିଛି । ଏଯାବତ ମଧ୍ୟ ଏହାର ବ୍ୟାଙ୍କ ଲୋନ ମୁଁ ଭରୁଛି । 17 ହଜାର ଟଙ୍କାର ଈଏମଆଇ ଦେବାକୁ ପଡୁଛି । ହେଲେ ଜାଣିନାହିଁ ଏହି ସବୁ ପରେ ମୁଁ କିପରି ଈଏମଆଇ ଭରିବି । କାରଣ ମୋ କ୍ୟାରିୟର ତ ନଷ୍ଟ ହୋଇଗଲା । ’

ରିୟାଙ୍କ ଏହି ଷ୍ଟେଟମେଣ୍ଟ ଉପରେ ଶ୍ବେତା ଲେଖିଛନ୍ତି, ‘ତୁମେ ଚିନ୍ତାରେ ଅଛ କି କିପରି 17 ହଜାର ଟଙ୍କା ଈଏମଆଇ ଭରିବ । ଦୟା କରି ମତେ କୁହ କି ଭାରତର ସବୁଠୁ ମହଙ୍ଗା ଓକିଲକୁ ତୁମେ ହାୟର କରିଛି । ତାଙ୍କୁ ଫିସ୍ କେମିତି ଦେଉଛ ।’

ABOUT THE AUTHOR

...view details