ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ପୂରଣ ହେବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ ଜଣାପଡିନାହିଁ । ଏବେ ଏହି ମାମଲାର ଯାଞ୍ଚ ସିବିଆଇ ହାତରେ । ହେଲେ ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ସିବିଆଇ ଆଗାମୀ ତଦନ୍ତ ଆରମ୍ଭ କରିବ । ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କଠୁ ନେଇ ପରିବାର ଲୋକ ତାଙ୍କ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି । ଏବେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସିବିଆଇ ଯାଞ୍ଚ ଦାବି କରି ସୋସିଆଲ ମିଡିଆରେ ପୁଣି ସ୍ବର ଉଠାଇଛନ୍ତି ।
ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ବୋର୍ଡ ଧରିଛନ୍ତି । ଆଉ ସେହି ବୋର୍ଡରେ ଲେଖାଯାଇଛି, ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ । ମୁଁ ତାଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ଅପିଲ କରୁଛି।’