ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସବୁଦିନ କିଛି ନା କିଛି ଶୁଣିବାକୁ ମିଳୁଛି । ସେହିପରି ତାଙ୍କ ଆଗାମୀ ତଦନ୍ତ ସିବିଆଇ କରିବ । ଆଉ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ମନି ଲଣ୍ଡରିଂ କେସ ନିକଟରେ ଲଗାଇଥିଲେ ତାଙ୍କ ପିତା କେକେ ସିଂ। ଯାହାକୁ ଆଧାର କରି ଶୁକ୍ରବାର ସେ ନିଜ ବୟାନ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଅଫିସରେ ପହଞ୍ଚିଥିଲେ । ଇତିମଧ୍ୟରେ ସୁଶାନ୍ତଙ୍କ ଏକ୍ସ ଆସିଷ୍ଟାଣ୍ଟ ଅଙ୍କିତ ଆଚାର୍ଯ୍ୟ ଆଶ୍ଚର୍ଯ୍ୟକର କଥାର ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ସୁଶାନ୍ତଙ୍କ ପୋଷା କୁକୁର ଫଜର ବେଲ୍ଟରେ ତାଙ୍କ ଗଳା ଚାପି ହତ୍ୟା କରାଯାଇଛି ।
ପୋଷା କୁକୁର ଫଜ ବେଲ୍ଡରେ ସୁଶାନ୍ତଙ୍କ ଗଳା ଚପା ଯାଇଛି !
ବର୍ତ୍ତମାନ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା କହି ଚର୍ଚ୍ଚାରେ ତାଙ୍କ ଏକ୍ସ ଆସିଷ୍ଟାଣ୍ଟ ଅଙ୍କିତ। ପୂର୍ବରୁ ଅନେକ ଲୋକ କହିସାରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟା ।
ଏହିପରି କଥା ସେ ଏକ ସାକ୍ଷାତକାରରେ କହିଥିଲେ । ସୁଶାନ୍ତଙ୍କ ଉପରେ ସେ ଆଲୋଚନା କରି ଅନେକ ରହସ୍ୟରୁ ପରଦା ଉଠାଇଥିଲେ । ସେ ଜଣାଇଥିଲେ, ‘ମୁଁ ସୁଶାନ୍ତ ଭାଇଙ୍କୁ ଭଲ ରୂପେ ଜାଣିଛି । ମୁଁ ବିଶ୍ବାସ କରିପାରୁନାହିଁ ଯେ ସେ ଆତ୍ମହତ୍ୟା କରିଛନ୍ତି । ଏହା ଏକ ଯୋଜନାବଦ୍ଧ ହତ୍ୟା । ଯଦି ଆମେ ମାନିବି ନେବା ସୁଶାନ୍ତ ଭାଇ ଆତ୍ମହତ୍ୟା କରିଛନ୍ତି । ତେବେ ଯଦି କେହି ଆତ୍ମହତ୍ୟା କରନ୍ତି ତାହାଲେ ବେକରେ ‘ୟୁ’ ସେପରେ ଦାଗ ଆସିଥାଏ । ଆଉ ଯଦି କେହି ଆପଣଙ୍କ ବେକ ଚିପୁଛନ୍ତି ତେବେ ‘ଓ’ ସେପର ଦାଗ ଆସିବ । ଯାହା ସୁଶାନ୍ତ ଭାଇଙ୍କ ବେକରେ ଦେଖିବାକୁ ମିଳୁଛି । ସେହିପରି ଜଣେ ଆତ୍ମହତ୍ୟା କଲେ ଆଖି ଆଉ ଜିଭ ବାହାରୁ ବାହାରିଆସେ । ହେଲେ ସୁଶାନ୍ତଙ୍କ କେସରେ ଏମିତି ହୋଇନାହିଁ । ଯେଉଁଥିରୁ ଜଣାପଡୁଛି ଏହା ମର୍ଡର।’
ତାଙ୍କ ଗଳା କେଉଁଥିରେ ଚପା ଯାଇଥିଲା ତାହା ବିଷୟରେ ମଧ୍ୟ ସେ ଜାଣିଛନ୍ତି । ତାଙ୍କ ବେକରେ ଥିବା ଦାଗ ତାଙ୍କ ପୋଷା କୁକୁର ଫଜ ବେଲ୍ଡରେ ଚପା ଯାଇଥିଲା। ସୁଶାନ୍ତଙ୍କ ଭାଇଙ୍କ ଫୁଟେଜ ତାଙ୍କ ପାଖରେ ଅଛି ଯେଉଁଥିରୁ ସେ ସ୍ପଷ୍ଟ ରୂପେ ଜାଣିପାରୁଛନ୍ତି ଏହା ମର୍ଡର ବୋଲି କହିଥିଲେ ଅଙ୍କିତ।
TAGGED:
ସୁଶାନ୍ତ ସିଂ ରାଜପୁତଙ୍କ କେସ