ଓଡିଶା

odisha

ସୁଶାନ୍ତ ମୃତ୍ୟୁ ମାମଲା: ଦୁଇ ଘରୋଇ ସହାୟକଙ୍କୁ ଏନସିବିର ପଚରାଉଚରା ଜାରି

By

Published : May 31, 2021, 10:22 AM IST

Updated : Jun 1, 2021, 8:58 PM IST

ଏବେ ଏନସିବି ସୁଶାନ୍ତଙ୍କ ପୂର୍ବତନ ଘରୋଇ ସହାୟକ ନୀରଜ ଏବଂ କେଶବଙ୍କୁ ପଚରାଉଚରା କରୁଛି । ତାଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲା ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା ଚଳାଇଛି ଏନସିବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ଗତ ବର୍ଷ ଜୁନ 14ରେ ଆତ୍ମହତ୍ୟା କରିଥିବା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଏନସିବି ତାଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଥିଲା । ଆଉ ଏବେ ଏହି ମାମଲାରେ ତାଙ୍କ ଦୁଇ ପୂର୍ବତନ ଘରୋଇ ସହାୟକ ନୀରଜ ଏବଂ କେଶବଙ୍କୁ ପଚରାଉଚରା ଜାରି ରଖିଛି ।

ନିକଟରେ ଦୁଇଜଣଙ୍କୁ ସମନ ପଠାଇଥିଲା ଏନସିବି । ବର୍ତ୍ତମାନ ଏହି ମାମଲାରେ ପ୍ରତିକ୍ରିୟା ରଖି ଏନସିବିର ଜଣେ ଅଧିକାରୀ କହିଛନ୍ତି, ‘ଡ୍ରଗ୍ସ ମାମଲାରେ ଅଧିକା ଜାଣିବା ପାଇଁ ଆମେ ଉଭୟଙ୍କୁ ଅଫିସକୁ ଆଣିଥିଲୁ | ସେ ଏପର୍ଯ୍ୟନ୍ତ ଅଫିସରେ ଅଛନ୍ତି ଏବଂ ପଚରାଉଚରା ଜାରି ଅଛି ।’

ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟିଙ୍କୁ ବଲିଉଡ ଡ୍ରଗ୍ସ ମାମଲାରେ ପଚାରାଉଚରା କରିସାରିଛି ଏନସିବି । ସେହିପରି ଗତ ବର୍ଷ ଡ୍ରଗ୍ସ କାରବାର ସହ ଇଡି ହ୍ବାଟ୍ସଆପ୍ ଚାଟ୍ ପାଇବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ରିପୋର୍ଟ ହସ୍ତାନ୍ତର କରିଥିଲେ । ଯାହାକୁ ଆଧାର କରି ଏଯାବତ ଯାଞ୍ଚ ଚଳାଇଛି ଏନସିବି ।

Last Updated : Jun 1, 2021, 8:58 PM IST

ABOUT THE AUTHOR

...view details