ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ସମ୍ପର୍କୀୟ ଅସୁସ୍ଥ, ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି - ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ନୀରଜଙ୍କ ଅସୁସ୍ଥ ନ୍ୟୁଜ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଗିଡିଲା ବିଜେପି ବିଧାୟକ ନୀରଜ କୁମାରଙ୍କ ସ୍ବାସ୍ୟାବସ୍ଥା । ସେ ଦିବଗଂତ ଅଭିନେତା ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Oct 17, 2020, 12:14 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ନୈରାଶ୍ୟଜନକ ଖବର ଆସିଛି । ଶୁଣିବାକୁ ମିଳୁଛି ତାଙ୍କ ସମ୍ପର୍କୀୟ ତଥା ବିଜେପି ବିଧାୟକ ନୀରଜ କୁମାର ସିଂ ଅସୁସ୍ଥ ହୋଇପଡିଛନ୍ତି । ହୃଦଘାତରେ ପୀଡିତ ବବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିର୍ବାଚନ ପ୍ରଚାର ସମୟରେ ନୀରଜଙ୍କ ହଠାତ୍ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏବେ ତାଙ୍କୁ ପାଟନାରୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି ।

ନୀରଜଙ୍କ ଅସୁସ୍ଥ ଖବର ଶୁଣି ସୁଶାନ୍ତଙ୍କ ପରିବାର ଅତ୍ୟନ୍ତ ବିବ୍ରତ। ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ପ୍ରଶଂସକମାନଙ୍କୁ ତାଙ୍କ ଭାଇଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ସେ ଟ୍ବିଟ କରି କହିଛନ୍ତି, ‘ନୀରଜ ଭାଇଙ୍କ ପାଇଁ ପ୍ରାର୍ଥନା କର। ସେ ବର୍ତ୍ତମାନ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।’

ନୀରଜଙ୍କ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଅସୁସ୍ଥ ଥିବା ସୂଚନା ଦିଆଯାଇଛି । ଏଥିରେ ଲେଖାଯାଇଛି, ‘ବୁଧବାର ଦିନ ଛାତାପୁର ବିଧାନସଭାର ମାଧୋପୁର ପଞ୍ଚାୟତରେ ଜନସମ୍ପର୍କ କରୁଥିବାବେଳେ ବିଧାୟକ ନୀରଜ କୁମାର ସିଂ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀ ହସ୍ପିଟାଲରେ ଅଛନ୍ତି। ଦୟା କରି ପ୍ରାର୍ଥନା କରନ୍ତୁ ।’

ABOUT THE AUTHOR

...view details