ଓଡିଶା

odisha

ସୁଶାନ୍ତି ସିଂ ମାମଲା: ସୌଭିକ ଓ ସାମୁଅଲଙ୍କ ସହ ଆଉ ଦୁଇ ସନ୍ଦିଗ୍ଧଙ୍କ ହେବ ଡ୍ରଗ ଟେଷ୍ଟ

ମୁମ୍ବାଇ ସିଓନ୍ ହସ୍ପିଟାଲକୁ ସୌଭିକ ଓ ସାମୁଅଲଙ୍କ ଡ୍ରଗ ଟେଷ୍ଟ ପାଇଁ ପଠାଯାଇଛି । ଏହି ଦୁଇଜଣଙ୍କ ବ୍ୟତୀତ ଜାଇଦ ଓ କାଇଜାନ ଇବ୍ରାହମଙ୍କର ଡ୍ରଗ ଟେଷ୍ଟ କରାଯିବ ।

By

Published : Sep 5, 2020, 12:49 PM IST

Published : Sep 5, 2020, 12:49 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ବଢି ଚାଲିଛି ସସପେନ୍ସ । ବାରମ୍ବାର ସନ୍ଦେହ ଘେରରେ ଆସୁଛନ୍ତି ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ନିକଟରେ ସାମ୍ନାକୁ ଆସିଥିବା ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର, ବନ୍ଧୁ ସାମୁଅଲ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା । ଏବେ ଚର୍ଚ୍ଚା ଜୋର ଧରିଛି ଯେ ସୌଭିକ ଏହା ସ୍ବୀକାର କରିଛନ୍ତି କି ରିଆଙ୍କ ନିର୍ଦ୍ଦେଶରେ ସାମୁଅଲ ଆକ୍ଟରଙ୍କୁ ଡ୍ରଗ ଦେଉଥିଲେ । ସେପଟ ଦୁଇଜଣଙ୍କ ଡ୍ରଗ ଟେଷ୍ଟ କରିବା ପାଇଁ ହସ୍ପିଟାଲକୁ ନିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଅନୁଯାୟୀ ସୌଭିକ ଓ ସାମୁଅଲଙ୍କ ଡ୍ରଗ ଟେଷ୍ଟ ମୁମ୍ବାଇର ସଓନ ହସ୍ପିଟାଲ କରାଯିବ । ଏହି ଦୁଇଜଣଙ୍କ ବ୍ୟତୀତ ଆଉ ଦୁଇ ସନ୍ଦିଗ୍ଧ ଜାଇଦ ଓ କାଇଜାନ ଇବ୍ରାହମଙ୍କ ଡ୍ରଗ ଟେଷ୍ଟ ମଧ୍ୟ ହେବ । ଏହାସହ ସେଠାରେ ସମସ୍ତଙ୍କ କୋରୋନା ଟେଷ୍ଟ ମଧ୍ୟ କରାଯିବ । ଖାଲି ଏତିକି ନୁହେଁ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଶୁଣିବାକୁ ମିଳୁଛି । ସେହିପରି ଏନସିବି ଏହି ସନ୍ଦିଗ୍ଧଙ୍କୁ 4 କିମ୍ବା 5 ଦିନ ରିମାଣ୍ଡରେ ରଖିବ । ପୂର୍ବରୁ ଏନସିବି ହାତରେ ଧରା ପଡିଥିବା ଅବଦ୍ଦୁଲ ବାସିତ ପରିହାର ଓ ଜାଇଦ ମୁମ୍ବାଇ ସେଶନ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ।

ପ୍ରକାଶ ଥାଉକି ଏନସିବି ଅପରାଧିକ ଷଡଯନ୍ତ୍ର ମାମଲା ଉପରେ ଦୃଷ୍ଟି ରଖିଛି । ସେମାନେ ଟାଉନରେ ଚାଲୁଥିବା ବଡ ଡ୍ରଗ ଗ୍ୟାଙ୍ଗର ପର୍ଦାଫାଶ କରିବାକୁ ଚାହୁଁଛନ୍ତି । ଯଦି ସୁଶାନ୍ତଙ୍କ ଘରେ ତାଙ୍କ ଅଜାଣତରେ ଏହି ଡ୍ରଗ୍ସର କାରବାର ଚାଲିବା ସହ ବ୍ୟବହାର କରାଯାଉଥିଲା ତେବେ ଏହାପରେ ଆଇନ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନାରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details