ଓଡିଶା

odisha

ସୁଶାନ୍ତଙ୍କୁ ପୁଅ କହି ସମ୍ବୋଧନ କଲେ ଶିବସେନା ନେତା ସଞ୍ଜୟ

ପୁଣି ସାମ୍ନାକୁ ଆସିଲା ସଞ୍ଜୟ ରାଉତଙ୍କ ବୟାନ । ସବୁଥର ସୁଶାନ୍ତଙ୍କ ପରିବାରକୁ ଟାର୍ଗେଟ କରୁଥିବା ସଞ୍ଜୟ ଏବେ ସୁଶାନ୍ତଙ୍କୁ ନିଜ ପୁଅ ଭଳି କହି ଚର୍ଚ୍ଚାରେ ।

By

Published : Aug 14, 2020, 4:30 PM IST

Published : Aug 14, 2020, 4:30 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ କିଛି ଦିନ ହେବ ଶିବସେନା ନେତା ସଞ୍ଜୟ ରାଉତ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସୁଛନ୍ତି । ହେଲେ ଏବେ ସେ ଏହି ମାମଲାରେ ନରମ ପଡିଯାଇଛନ୍ତି । ସେ ନିକଟରେ ସୁଶାନ୍ତଙ୍କ ପରିବାରକୁ ଟାର୍ଗେଟ କରି ଅନେକ କଥା କହିଥିଲେ। ସେ ଅଭିଯୋଗ କରିଥିଲେ ଯେ ସୁଶାନ୍ତଙ୍କ ପିତା କେକେ ସିଂ ଦ୍ବିତୀୟ ବିବାହ କରିଥିବାରୁ ପୁଅ ସହ ତାଙ୍କର ଭଲ ସମ୍ପର୍କ ନଥିଲା । ଯାହାକୁ ଆଧାର କରି ପୁରା ପରିବାର ତାଙ୍କ ବୟାନ ଉପରେ ଆପତ୍ତି ପ୍ରକାଶ କରି କ୍ଷମା ମାଗିବାକୁ ଦାବି କରିଥିଲେ । ଏହାପରେ ତଥା ଶୁକ୍ରବାର ସଞ୍ଜୟ ନିଜ ବୟାନର ପୁରା ବିପରୀତ ନଜର ଆସିବା ସହ ସୁଶାନ୍ତଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଇଥିଲେ ।

ଆଉ କହିଥିଲେ, ‘କାଲି ମୁଁ କେବଳ ଏତିକି କହିବାକୁ ଚାହୁଁଥିଲି ସେମାନଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ପଡିବ। ହେଲେ ସେମାନେ ମତେ ଏମିତି ଦେଖିଥିଲେ ଯେମିତି ମୁଁ କୌଣସି ଧମକ ଦେଉଛି । କଣ ତାହା ଧମକ ଥିଲା ? ମୁମ୍ବାଇ ପୋଲିସ ଉପରେ ଭରସା ରଖନ୍ତୁ । ଯଦି ଆପଣଙ୍କୁ ଲାଗୁଛି ମୁମ୍ବାଇ ପୋଲିସ ଠିକ୍ ରୂପେ ତଦନ୍ତ କରୁନାହିଁ ତାହାଲେ ସିବିଆଇ ପାଖକୁ ଯାଆନ୍ତୁ । ସୁଶାନ୍ତ ମୁଁ ପୁଅ ଭଳି । ଯିଏ ମୁମ୍ବାଇରେ ରହୁଥିଲେ । ସେ ଜଣେ ଭଲ ଅଭିନେତା ଥିଲେ । ବଲିଉଡ ମୁମ୍ବାଇର ପରିବାର । ଆମର କଣ ପାଇଁ ଶତ୍ରୁ ହେବ । ଆମେ ଚାହୁଁଛୁ ତାଙ୍କ ପରିବାରକୁ ନ୍ୟାୟ ମିଳୁ । ଆଉ ତାଙ୍କ ମୃତ୍ୟୁ ପଛର କାରଣ ସମସ୍ତଙ୍କ ସାମ୍ନାକୁ ଆସୁ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମାମଲାରେ ଅଧିକ ବୟାନ ଦେଇ ଚର୍ଚ୍ଚାରେ ସଞ୍ଜୟ । ସେ କିଛି ଦିନ ପୂର୍ବରୁ କହିଥିଲେ ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ପୁରା ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଚୁପ ରହିବା ଦରକାର । ସବୁ ରାଜନୈତିକ ଦଳ, ସୁଶାନ୍ତଙ୍କ ପରିବାର ଓ ଆମ ବିରୋଧୀ ଦଳ ସବୁ ଚୁପ ରହି ମୁମ୍ବାଇ ପୋଲିସର ତଦନ୍ତ ଦେଖନ୍ତୁ।

ABOUT THE AUTHOR

...view details