ଓଡିଶା

odisha

By

Published : Aug 19, 2020, 4:11 PM IST

ETV Bharat / sitara

ସୁଶାନ୍ତ କେସରେ ସିବିଆଇ ଯାଞ୍ଚକୁ ନେଇ ପ୍ରତିକ୍ରିୟା ଦେଲେ ରିଆ

ସୁଶାନ୍ତଙ୍କ ମାମଲାରେ ଯେକୌଣସି ଏଜେନ୍ସି ଯାଞ୍ଚ କରନ୍ତୁ ସତ ପୂର୍ବରୁ ଯାହା ଥିଲା ତାହା ରହିବ ବୋଲି କହି ପ୍ରତିକ୍ରିୟା ରଖିଛନ୍ତି ରିଆଙ୍କ ଓକିଲ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ବୁଧବାର ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ଯାହାକୁ ନେଇ ଖୁସି ପୁରା ଦେଶବାସୀ । ଏହି ନିଷ୍ପତ୍ତି ପରେ ସୁଶାନ୍ତଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି । ଇତିମଧ୍ୟରେ ସିବିଆଇ ଯାଞ୍ଚକୁ ନେଇ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ନିଜ ଓକିଲ ସତୀଶ ମାନୋସିନ୍ଦେଙ୍କ ଦ୍ବାରା ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଓକିଲ ସତୀଶ କହିଛନ୍ତି ଯେ ସିବିଆଇ ଯାଞ୍ଚର ସେ ସମ୍ମାନ କରିବେ । ଆଉ ସତ ଯାହା ଥିଲା ତାହା ହିଁ ରହିବ । ସୁପ୍ରିମକୋର୍ଟ ମାମଲାର ତଥ୍ୟ, ପରିସ୍ଥିତି ଓ ମୁମ୍ବାଇ ପୋଲିସର ରିପୋର୍ଟ ଯାଞ୍ଚ କରିବା ପରେ ମାନିଛନ୍ତି ଯେ ଏହା ନ୍ୟାୟଯୁକ୍ତ ହେବ । ରିଆ ନିଜେ ମଧ୍ୟ ସିବିଆଇ ପାଇଁ ଯାଞ୍ଚ ଦାବି କରିଥିଲେ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦୁଇ ରାଜ୍ୟ ପରସ୍ପର ବିରୋଧରେ ରାଜନୀତି ଅଭିଯୋଗ ଆଣିଥିବା ହେତୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନ୍ୟାୟ ହିତରେ ହେବ। ଭାରତ ସମ୍ବିଧାନ ଅନୁଯାୟୀ ରିଆ ସିବିଆଇ ଯାଞ୍ଚର ସମ୍ମାନ କରିବେ । ଯେପରି ସେ ପୂର୍ବରୁ ମୁମ୍ବାଇ ପୋଲିସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ କରିଥିଲେ । ଆଉ ରିଆଙ୍କ ଅନୁଯାୟୀ ଯେକୌଣସି ଏଜେନ୍ସି ଏହି ଘଟଣାର ଯାଞ୍ଚ କଲେ ମଧ୍ୟ ସତ ଯାହା ଥିଲା ତାହା ରହିବ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଫ୍ୟାନ୍ସ, ପରିବାର ସଦସ୍ୟ, ସେଲିବ୍ରିଟି ଓ କିଛି ରାଜନେତା କରିଆସୁଥିଲେ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ABOUT THE AUTHOR

...view details