ଓଡିଶା

odisha

ବଲିଉଡ ଡ୍ରଗ୍ସ ମାମଲା: ଚାର୍ଜସିଟ୍ ଦାଖଲ କଲାନି ଏନସିବି

By

Published : Feb 11, 2021, 1:51 PM IST

ଏଯାବତ ଡ୍ରଗ୍ସ ମାମଲାରେ ସରିନି ଏନସିବିର ଯାଞ୍ଚ । ବୁଧବାର ଚାର୍ଜସିଟ୍ ଦାଖଲକୁ ମଧ୍ୟ ଖାରଜ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ନିରନ୍ତର ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ ବଲିଉଡ ଏବଂ ଟିଭି ଜଗତର ଅନେକ ବଡ ତାରକାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯାଇଛି। ଯଦିଓ ସୁଶାନ୍ତ ସିଂ ରାଜପୁତ ମାମଲାରେ ଖୁବଶୀଘ୍ର ଏନସିବି ଦ୍ବାରା ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଖବର ଆସିଥିଲା, କିନ୍ତୁ ଏନସିବି ଏହାକୁ କେବଳ ଗୁଜବ ବୋଲି ବର୍ଣ୍ଣନା କରିଛି। ବୁଧବାର ଏନସିବି ଚାର୍ଜସିଟ୍ ଦାଖଲ କରିବାର ଗୁଜବକୁ ଖାରଜ କରିଦେଇଛି। ଏଜେନ୍ସି ଦ୍ବାରା କୁହାଯାଇଛି ଯେ ଏପର୍ଯ୍ୟନ୍ତ ଅନେକ ଲିଙ୍କ ଅଛି ଯାହା ଉପରେ ଯାଞ୍ଚ କରାଯାଇ ନାହିଁ।

ସେପଟେ ମଧ୍ୟ ମନିଂ ଲଣ୍ଡରିଂ ଯାଞ୍ଚ ସମ୍ପର୍କରେ ଏନସିବି ସହିତ ଇଡି ଏକ ରିପୋର୍ଟ ସେୟାର କରିଥିବା ସୂଚନା ରହିଛି । ହେଲେ ଏହି ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଏନସିବି କହିଛି ଯେ ଏପର୍ଯ୍ୟନ୍ତ ଅନେକ ଲିଙ୍କ ଅଛି ଯାହାର ଅନୁସନ୍ଧାନ କରାଯିବା ଆବଶ୍ୟକ ଏବଂ ଏଜେନ୍ସି ମଧ୍ୟ ବ୍ୟାପକ ବୈଦ୍ୟୁତିକ ତଥ୍ୟ ଅଧ୍ୟୟନ କରୁଛି ଯାହା ଏହି ମାମଲାରେ ଅନେକ ଲୋକଙ୍କ ମୋବାଇଲ୍ ଫୋନରୁ ମିଳିଛି।

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଥିଲେ ଫ୍ୟାନ୍ସ ଏବଂ ଅଭିନେତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏହା ପରେ ମୃତ୍ୟୁ ଘଟଣାରେ ଡ୍ରଗ୍ସର ଏକ ମାମଲା ମଧ୍ୟ ପ୍ରକାଶ ପାଇଥିଲା। ଗତ ବର୍ଷ ଅଗଷ୍ଟରେ ଏନସିବି ସୁଶାନ୍ତଙ୍କ ମାମଲା ନେଇ ଡ୍ରଗ୍ସ ସମ୍ବନ୍ଧୀୟ ଦୁଇଟି ମାମଲା ରୁଜୁ କରିଥିଲା।

ABOUT THE AUTHOR

...view details