ଓଡିଶା

odisha

ସୁଶାନ୍ତଙ୍କ କେସ: ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଲେ ଥେରାପିଷ୍ଟ ସୁଜନ ୱାକର

By

Published : Sep 3, 2020, 5:20 PM IST

ଗୁରୁବାର ସୁଶାନ୍ତଙ୍କ ଥେରାପିଷ୍ଟ ସୁଜନ ୱାକରଙ୍କୁ ମଧ୍ୟ ଜେରା କରୁଛି ସିବିଆଇ । ଏହାସହ ରିଆଙ୍କ ବାପା ମଧ୍ୟ ତୃତୀୟଥର ନିଜ ବୟାନ ଦେଉଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ଯାଞ୍ଚର 13 ଦିନରେ ପହଞ୍ଚିଲାଣି ସିବିଆଇ । ତାଙ୍କ ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଉଛି । ରିଆଙ୍କ ବ୍ୟତୀତ ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ମଧ୍ୟ ଅନେକଥର ପଚରାଉଚରା ସରିଲାଣି । କାରଣ ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ସୁଶାନ୍ତଙ୍କ ମୃତଦେହ ରଶିରୁ କାଢିଥିଲେ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଗୁରୁବାର ସିବିଆଇ ତୃତୀୟଥର ରିଆଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି ।

ଖାଲି ଏତିକି ନୁହେଁ ଗୁରୁବାର ସୁଶାନ୍ତଙ୍କ ଥେରାପିଷ୍ଟ ସୁଜନ ୱାକରଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି । ସେ ଡିଆରଡିଓ ଗେଷ୍ଟ ହାଉସରେ ବର୍ତ୍ତମାନ ପହଞ୍ଚିସାରିଛନ୍ତି । ବୁଧବାର ସୁଶାନ୍ତଙ୍କ ଫ୍ୟାମିଲି ଓକିଲ ବିକାଶ ସିଂ ଏକ ପ୍ରେସ କନଫ୍ରେନ୍ସରେ କହିଥିଲେ ଯେ ସୁଶାନ୍ତଙ୍କ ଜୀବନରେ ରିଆ ଆସିବା ପରଠୁ ସେ ଡିପ୍ରେସନର ଶିକାର ହୋଇଥିଲେ । ଯାହାର ଚିକିତ୍ସା ରିଆଙ୍କ ଦ୍ବାରା ଚୟନ ହୋଇଥିବା ଡାକ୍ତରଙ୍କ ପାଖରେ କରିଥିଲେ ସୁଶାନ୍ତ । ଏହି ମାମଲାରେ ସବୁ ଜାଣିବାକୁ ସିବିଆଇ ଥେରାପିଷ୍ଟ ସୁଜନଙ୍କୁ ଡକାଇଛି ।

ପ୍ରକାଶ ଥାଉକି ବୁଧବାର ସିବିଆଇ ତରଫରୁ ମିଳିଥିବା ସୂଚନା ଅନୁୟାୟୀ ସୁଶାନ୍ତଙ୍କ ମାମଲାରେ ଏଯାବତ ମର୍ଡରର କୌଣସି ତଥ୍ୟ ମିଳିନାହିଁ । ଯାହାକୁ ଆଧାର କରି ଆତ୍ମହତ୍ୟାର କାରଣ ଜାଣିବାକୁ ଯାଞ୍ଚ କରୁଛି ସିବିଆଇ । ସେପଟେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଧ୍ୟ କଡାକଡି ଯାଞ୍ଚ କରିବାରେ ଲାଗିଛି । ନିକଟରେ ରିଆଙ୍କ ହ୍ବାଟ୍ସଆପ ଚାଟରୁ ଜଣାପଡିଥିଲା ସେ କିଛି ଡ୍ରଗ ଡିଲରଙ୍କ ସହ କଥାବାର୍ତ୍ତା କରିଥିବାର । ଏହି ମାମଲାରେ ବୁଧବାର ଏନସିବି ମୁମ୍ବାଇର 7 ଜଣ ଡ୍ରଗ ଡିଲରଙ୍କୁ ଗିରଫ କରିଛି । ଯାହାଙ୍କ ସହ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ କନେକ୍ସନ ଥିବା କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

For All Latest Updates

TAGGED:

ABOUT THE AUTHOR

...view details