ଓଡିଶା

odisha

ETV Bharat / sitara

ଋଷିଙ୍କ 68ତମ ଜନ୍ମ ବାର୍ଷିକୀ, ଭାବବିହ୍ବଳ ହେଲେ ଝିଅ ରିଦ୍ଧିମା - ଋଷିଙ୍କ 68ତମ ଜନ୍ମ ବାର୍ଷିକ, ଭାବବିହ୍ବଳ ଝିଅ ରିଦ୍ଧିମା

ସୋସିଆଲ ମିଡିଆରେ ପୁଣି ଏକ ନୋଟ୍ ଲେଖି ପିତା ଋଷିଙ୍କୁ ମନେ ପକାଇଲେ ରିଦ୍ଧିମା । ଏଥର ପିତାଙ୍କ 68ତମ ଜନ୍ମ ବାର୍ଷିକ ପାଳନ କଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର ସାହାନି

By

Published : Sep 4, 2020, 1:17 PM IST

ମୁମ୍ବାଇ: ଏପ୍ରିଲ 30ରେ ଦୁନିଆକୁ ଅଲବିଦା କହିଥିଲେ ବଲିଉଡର ଚିଣ୍ଟୁ କାକା ଋଷି କପୁର । ଦୀର୍ଘ ସମୟରୁ କ୍ୟାନ୍ସରରେ ପୀଡିତ ଥିବାର ସେ ସମସ୍ତଙ୍କୁ ପରକରି ଚାଲିଯାଇଥିଲେ ଆରପାରିକୁ । ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ପରବାରଠୁ ନେଇ ପ୍ରଶଂସକ । ଆଜି ଏହି ମହାନ୍ ଅଭିନେତାଙ୍କ 68ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ତାଙ୍କ ଲାଡଲୀ ରିଦ୍ଧିମା କପୁର ସାହାନି ଏକ ଇମୋସନାଲ ପୋଷ୍ଟ କରି ପୁଣି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି ।

ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ପରିବାରର କିଛି ଫଟୋ ସେୟାର କରି ଲେଖିଛନ୍ତି, ‘ବାପା ସମସ୍ତେ କୁହନ୍ତି ଯଦି ତୁମେ କାହାକୁ ହରାଉଛ ତେବେ ତୁମେ ବଞ୍ଚିପାରିବ ନାହିଁ । ତୁମ ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗିଯିବ । ହେଲେ ମୁଁ ଜାଣିଛି ତୁମେ ମୋ ସେହି ଭଙ୍ଗା ହୃଦୟରେ ମଧ୍ୟ ବଞ୍ଚିଛ । ଯେଉଁଠାରେ ତୁମେ ସବୁବେଳେ ରହିବ । ମୁଁ ଜାଣିଛି ତୁମେ ସ୍ବର୍ଗରୁ ଆମକୁ ସବୁବେଳେ ଦେଖୁଛ ଏବଂ ସୁନିଶ୍ଚିତ କୁଛର ଯେ ତୁମେ ଆମ ଭିତରେ ସୃଷ୍ଟି କରିଥିବା ମୂଲ୍ୟ ବ୍ୟବସ୍ଥା ଦ୍ବାରା ଆମେ ବଞ୍ଚୁଛୁ କି ନାହିଁ । ତୁମେ ମୋତେ କରୁଣାର ଉପହାର ଦେଇଛ । ମୋତେ ସମ୍ପର୍କର ମୂଲ୍ୟ ଶିକ୍ଷା କରାଇ ମୋତେ ଆଜି ସେହି ବ୍ୟକ୍ତିତ୍ବରେ ପରିଣତ କରିଛ ଯାହା ସର୍ବଦା ମୋ ଭିତରେ ଦେଖିବାକୁ ଚାହୁଁଥିଲ । ମୁଁ ପ୍ରତିଦିନ ତୁମକୁ ମନେ ପକାଉଛି ଆଉ ସବୁବେଳେ ତୁମକୁ ଭଲ ପାଏ । ହାପି ବର୍ଥଡେ ।’

ପ୍ରକାଶ ଥାଉକି ଏପ୍ରିଲ ମାସରେ ବଲିଉଡର ଦୁଅ ଫେମସ ଆକ୍ଟର ଦୁନିଆ ଛାଡି ଚାଲିଯାଇଥିଲେ । ଋଷିଙ୍କ ଠିକ୍ ଗୋଟିଏ ଦିନ ପୂର୍ବରୁ ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ଅଭିନେତାଙ୍କ ମୃତ୍ୟୁରେ ବଲିଉଡକୁ ବଡ କ୍ଷତି ହୋଇଛି ।

ଯଦି ଋଷିଙ୍କ ଫିଲ୍ମ କ୍ୟାରିୟର ବିଷୟରେ କଥା ହେବା ତେବେ ବଲିଉଡରେ ତାଙ୍କୁ ପ୍ରଥମ ଚକଲେଟ ବୟର ଆଖ୍ୟା ଦିଆଯାଇଥିଲା । ସେ ନିଜ ଦମଦାର ଅଭିନୟ ଜରିଆରେ ବଲିଉଡକୁ ଅନେକ ସୁପରଡୁପର ହିଟ୍ ଫିଲ୍ମ ଦେଇଥିଲେ । ଏହି କ୍ରମରେ ସାମିଲ ଅଛି ‘ଚାନ୍ଦନୀ, ‘କର୍ଜ’ ଓ ‘ବବି’ ଭଳି ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details