ଓଡିଶା

odisha

By

Published : Apr 20, 2021, 3:09 PM IST

ETV Bharat / sitara

ଇରଫାନଙ୍କ ସ୍ମୃତି କାହିଁକି ସେୟାର କରୁନାହାଁନ୍ତି ବାବିଲ, ଜାଣନ୍ତୁ କାରଣ...

ବାବିଲଙ୍କ ବଡ ଖୁଲାସା । କିଛି ଦିନରୁ ସେୟାର କରିନାହଁନ୍ତି ଇରଫାନଙ୍କ ସ୍ମୃତି । ଫ୍ୟାନ ପଚାରିବାରୁ ଏମିତି ଦେଲେ ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କ ବଲିଉଡ ଡେବ୍ୟୁକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ସେ ଖୁବଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ହେଲେ ଫିଲ୍ମରେ ଆସିବା ପୂର୍ବରୁ ସେ ସୋସିଆଲ ମିଡିଆରେ ଅଧିକ ପପୁଲାର ହୋଇସାରିଲେଣି । ଇରଫାନଙ୍କ ମୃତ୍ୟୁ ପରଠୁ ସେ ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କୁ ଭାବବିହ୍ବଳ କରିଦେଉଛନ୍ତି । ହେଲେ କିଛି ଦିନରୁ ସେ ଇରଫାନଙ୍କର କୌଣସି ସ୍ମୃତି ସେୟାର କରୁନାହାଁନ୍ତି । ଯାହାକୁ ନେଇ ଚିନ୍ତିତ ଫ୍ୟାନ୍ସ ।

ସେପଟେ ତାଙ୍କୁ ଏହି ପ୍ରଶ୍ନ ଜଣେ ଫ୍ୟାନ ପଚାରିବାରୁ ସେ ଆଶ୍ଚର୍ଯ୍ୟକର ଜବାବ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । କଥାଟି ହେଲା ଯେ ତାଙ୍କୁ ନିକଟରେ ଇରଫାନଙ୍କ ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ, ‘ତୁମେ କାହିଁକି ଆଉ ଅଭିନେତାଙ୍କ ସ୍ମୃତି ଆମ ସହ ସେୟାର କରୁନାହଁ ।’

ଏହାର ଜବାବରେ ବାବିଲ କହିଥିଲେ, ‘ମୁଁ ସେୟାର କରିବାକୁ ଭଲ ପାଏ । ହେଲେ ମୁଁ ସବୁବେଳେ ଏହା ଶୁଣିବାକୁ ପାଉଛି ଯେ ମୁଁ ନିଜକୁ ପ୍ରମୋଟ କରିବା ପାଇଁ ପିତାଙ୍କ ସ୍ମୃତି ବ୍ୟବହାର କରୁଛି ଏବଂ ଏହା ପ୍ରକୃତରେ କଷ୍ଟଦାୟକ । ଯେତେବେଳେ ମୁଁ ପ୍ରକୃତରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଛାଡିଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସ୍ମୃତି ବାଣ୍ଟୁଥିଲି ସେହି ସମୟରେ ମତେ ଏପରି ଶୁଣିବାକୁ ମିଳିଲା । ତେଣୁ ମୁଁ କଣ କରିବି ସେଥିପାଇଁ ଏତେ ଦ୍ବନ୍ଦ୍ବରେ ଅଛି ମୁଁ ଜାଣିବାକୁ ଚେଷ୍ଟା କରୁଛି, କିନ୍ତୁ ଏହା ପ୍ରକୃତରେ ଯନ୍ତ୍ରଣାଦାୟକ ଅଟେ । ଯେତେବେଳେ ମନମୁଖୀ ଲୋକ ମୋତେ ବାର୍ତ୍ତା ଦିଅନ୍ତି ଯେ ମୁଁ ପପୁଲାର ହେବା ପାଇଁ ତାଙ୍କ ସ୍ମୃତି ବ୍ୟବହାର କରୁଛି। ଯେପରି ମୁଁ ତାହା କରିବା ଆବଶ୍ୟକ କରେ, କାରଣ ମୁଁ ତାଙ୍କ ପୁଅ, ମୋର ଅଧିକାର ଅଛି। ବର୍ତ୍ତମାନ ମୁଁ ବିଚଳିତ ଓ ଟିକିଏ ଆଘାତ ପାଇଛି । ତେଣୁ ଯେତେବେଳେ ମୁଁ ଅନୁଭବ କରିବି ଯେ ଏହା ଠିକ୍ ସମୟ ଆସିଲା ତେବେ ତାଙ୍କ ସ୍ମୃତି ଆପଣ ପାଇଁ ସେୟାର କରିବି ।’

ପ୍ରକାଶ ଥାଉକି ଗତ ବର୍ଷ ଏପ୍ରିଲ 29ରେ ଦୁନିଆ ଛାଡି ଚାଲିଯାଇଥିଲେ ଇରଫାନ । ତାଙ୍କୁ ଶେଷଥର ଚର୍ଚ୍ଚିତ ଫିଲ୍ମ ଅଙ୍ଗ୍ରେଜୀ ମିଡିୟମରେ ଦେଖିବାକୁ ମିଳିଥିଲା । ଯାହା ହିଟ୍ ସାବ୍ୟସ୍ତ ହେବା ସହ ଦର୍ଶକଙ୍କ ମନ ମଧ୍ୟ କିଣିଥିଲା ।

ABOUT THE AUTHOR

...view details