ଓଡିଶା

odisha

By

Published : Jan 11, 2021, 3:01 PM IST

ETV Bharat / sitara

ଅଭିନୟ ଦୁନିଆରେ ପାଦ ରଖିବେ ଇରଫାନଙ୍କ ଲାଡଲା

ବାବିଲଙ୍କୁ ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏପରି ସୂଚନା ଦେଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଚର୍ଚ୍ଚା ଜୋର ଧରିଛି ଯେ ସେ ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି କଥା ସାମ୍ନାକୁ ଆସିବା ପରଠୁ ଇରଫାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । କାରଣ ସମସ୍ତେ ଆଶା କରୁଛନ୍ତି ଇରଫାନଙ୍କ ଭଳି ପରଦାରେ ଅଭିନୟ କରିବେ ବାବିଲ ।

ତେବେ କଥାଟି ହେଲା ଯେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବାବିଲ ପୁଣିଥରେ ପିତାଙ୍କୁ ମନେ ପକାଇ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏକ ବହିର କଭର ପେଜ ଦେଖିବାକୁ ମିଳୁଛି । ଆଉ ଯାହା ଉପରେ ଇରଫାନଙ୍କ ଦ୍ବାରା ଲେଖାଯାଇଥିଲା, ‘ଆକ୍ଟର ଅନ୍ ଆକ୍ଟିଂ । ଇନ ନ୍ୟୁୟର୍କ ଫର୍ ଦ ନେମ୍ ସେକ୍ ।’ ଏହି ବହିଟି ଟୋବି କୋଲ୍ ଏବଂ ହେଲେନ କ୍ରିକ୍ ଚିନୋଙ୍କ ଦ୍ବାରା ସମ୍ପାଦିତ ।

ଏହି ପୋଷ୍ଟରେ କମେଣ୍ଟ କରି ଯେତେବେଳେ ଜଣେ ଫ୍ୟାନ୍ସ ବାବିଲଙ୍କୁ ପ୍ରଶ୍ନ କଲେ ବଲିଉଡରେ ଏଣ୍ଟ୍ରି କରିବା କଥା । ତେବେ ସେ ଉତ୍ତରରେ କହିଛନ୍ତି, ‘ମୁଁ ପୂର୍ବରୁ ଅଭିନୟ କ୍ଷେତ୍ରରେ ଅଛି, ଯେତେବେଳେ ମୁଁ ଏକ ଫିଲ୍ମରେ ଅଭିନୟ କରିବି ତାହା ହେଉଛି ପ୍ରଶ୍ନ । ଥରେ ମୁଁ ମେ ମାସରେ ସ୍ନାତକ ହାସଲ କରିସାରିବା ପରେ, ମୁଁ ଅଫର ଦେଖିବା ଆରମ୍ଭ କରିବି ।’

ବର୍ତ୍ତମାନ ତାଙ୍କର ଏପରି ଉତ୍ତରରେ ସମସ୍ତେ ଅନୁମାନ ଲଗାଇ ସାରିଲେଣି ଯେ ସେ ଖୁବଶୀଘ୍ର ଡେବ୍ୟୁ କରିବେ । ଯାହାକୁ ନେଇ ଫ୍ୟାନ୍ସ ଖୁସି ମଧ୍ୟ ଅଛନ୍ତି ।

ABOUT THE AUTHOR

...view details