ଓଡିଶା

odisha

ETV Bharat / sitara

ଲତାଙ୍କ ଗୀତ ବଦଳାଇଦେଲା ଜୀବନ

ପୁଣି ଜଣେ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିଛି ସୋସିଆଲ ମିଡିଆ । ଲତା ମଙ୍ଗେସକରଙ୍କ ଗୀତ ଗାଇ ପପୁଲାର ହେଲେ ଏହି ମହିଳା ।

By

Published : Aug 8, 2019, 9:17 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓକୁ କାଫି ଭାଇରାଲ କରାଯାଉଛି । ଯାହା ଲୋକଙ୍କୁ ଜୀବନକୁ ରାତାରାତି ପରିବର୍ତ୍ତନ କରିଦେଇଛି । ପ୍ରିୟା ପ୍ରକାଶ ହେଉ କିମ୍ବା ଢିନଚାକ ପୂଜା ସମସ୍ତେ ସୋସିଆଲ ମିଡିଆରୁ ହିଁ ପ୍ରସିଦ୍ଧି ଲାଭ କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ରାନୁ ନାମକ ମହିଳା ନିଜ ଗୀତ ଗାଇବା ପାଇଁ ମଧ୍ୟ ରାତାରାତି ପପୁଲାର ହୋଇଯାଇଛନ୍ତି ।

[ଡିଜାଇନ ଫଟୋ


ରାନୁ ରାସ୍ତାକଡରେ ଗୀତ ଗାଇ ପେଟ ପୋଷୁଥିଲେ । କିନ୍ତୁ ଏବେ ତାଙ୍କୁ ବଡ ରିଆଲିଟି ଶୋ'ରୁ ଅଫର ଆସିଛି । ଏଥିପାଇଁ ତାଙ୍କର ମେକ ଓଭର କରାଯାଇଛି । ନୂଆ ହେୟାର ଷ୍ଟାଇଲ ସହ ନୂଆ ଗେଟଅପରେ ପୁରା ଅଲଗା ଦେଖାଯାଉଛନ୍ତି ରାନୁ । ଏପରିକି ରିଆଲିଟି ଶୋ' ପକ୍ଷରୁ ଯିବା ଆସିବାର ସମସ୍ତ ଖର୍ଚ୍ଚ ବହନ କରାଯାଇଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ନିକଟରେ ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇଥିଲେ । ଯାହାକୁ ସୋସିଆଲ ମିଡିଆରେ ୟୁଜର୍ସ କାଫି ପସନ୍ଦ କରିଥିଲେ । ପ୍ରାୟ 2.5ମିଲିୟନ ୟୁଜର୍ସ ଏହାକୁ ଦେଖିସାରିଲେଣି । 48ହଜାର ୟୁଜର୍ସ ପ୍ରତିକ୍ରିୟା ରଖିସାରିଲେଣି ।

ABOUT THE AUTHOR

...view details