ଓଡିଶା

odisha

ETV Bharat / sitara

ପୁଣି ଦେଶବାସୀଙ୍କୁ ସୁରକ୍ଷିତ ରହିବାକୁ ଅପିଲ କଲେ ସୁର ସାମ୍ରାଜ୍ଞୀ

ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଲତା ମଙ୍ଗେସକର । ସେ ପୁଣି ଟ୍ବିଟ ମାଧ୍ୟମରେ ଦେଶବାସୀଙ୍କୁ ପର୍ଯ୍ୟାପ୍ତ ସତର୍କତା ଏବଂ ଯତ୍ନ ନେବାକୁ କହିଛନ୍ତି ।

By

Published : Jun 13, 2020, 7:27 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଲତା ମଙ୍ଗେସକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଲତା ମଙ୍ଗେସକର

ମୁମ୍ବାଇ: କୋରୋନା ଭାଇରାସ ପ୍ରକୋପକୁ ରୋକିବା ପାଇଁ ଦେଶରେ ଦୀର୍ଘ ଦୁଇମାସରୁ ଲକଡାଉନରେ ଥିଲା । ଏବେ ଏଥରେ ଅଳ୍ପ ରିହାତି ମିଳିଛି । ସରକାରଙ୍କ କୋହଳ ଘୋଷଣା ପରେ ଲୋକେ ବିନା କାରଣରେ ବାହାରକୁ ଯାଇ ବୁଲାବୁଲି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ମାମଲା ଉପରେ କୋକିଳ କଣ୍ଠିୀ ଲତା ମଙ୍ଗେସକର ପ୍ରଶଂସକଙ୍କୁ ଅପିଲ କରି ଚର୍ଚ୍ଚାରେ ।

ସେ ଟ୍ବିଟ କରି ଲେଖିଛନ୍ତି, ‘ନମସ୍କାର, ଲକଡାଉନକୁ ଧିରେ ଧିରେ କମ କରାଯାଉଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ପର୍ଯ୍ୟାପ୍ତ ସତର୍କତା ଏବଂ ଯତ୍ନ ନିଅନ୍ତୁ | ଲକଡାଉନ କମ କରାଯିବା ଅର୍ଥ ନୁହେଁ ଯେ ସଂକ୍ରମଣ ହ୍ରାସ ପାଇଛି । ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ ଜାରି ରଖ | ସୁରକ୍ଷିତ ରୁହନ୍ତୁ |’

ପ୍ରକାଶ ଥାଉକି ଲତା ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କୁ ଖୁସି କରନ୍ତି । ଖାଲି ଏତିକି ନୁହେଁ କୋରୋନା ବିରୋଧ ଲଢେଇରେ ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 25 ଲକ୍ଷ ଟଙ୍କା ଦାନ କରିଥିଲେ ।

ABOUT THE AUTHOR

...view details