ମୁମ୍ବାଇ: 2000 ମସିହାରେ ପୂର୍ବତନ ମିସ୍ ୟୁନିଭର୍ସ ଏବଂ ବଲିଉଡ ଅଭିନେତ୍ରୀ ଲାରା ଦତ୍ତା ମିସ୍ ୟୁନିଭର୍ସ ଆଖ୍ୟା ପାଇଥିଲେ । ବର୍ତ୍ତମାନ ଏହାକୁ 20 ବର୍ଷ ବିତିଗଲାଣି ।
ଏହି ଅବସରରେ ଲାରା ଇନଷ୍ଟାଗ୍ରାମରେ ଏକ ଫଟୋ କୋଲାଜ ପୋଷ୍ଟ କରିଛନ୍ତି ।
ଏହି ଫଟୋ କୋଲାଜରେ, ମିସ୍ ୟୁନିଭର୍ସ ପେଜେଣ୍ଟ ଜିତିବା ପରେ ସେ ବାଙ୍ଗାଲୋରକୁ ଫେରିବା ସମୟର ଫଟୋ ଅଟେ ।
ଲାରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ବର୍ଷ 2000 । ବେଙ୍ଗାଲୁରୁରେ ମୋର ଘରର ସମସ୍ତ ସଦସ୍ୟ ସହିତ ସମସ୍ତେ ମତେ ସ୍ବାଗତ କରିବାକୁ ବାହାରକୁ ଆସିଥିଲେ । ଏହି ଯାତ୍ରା ସମୟରେ ମୁଁ ବହୁ ସଂଖ୍ୟକ ଲୋକଙ୍କୁ ଭେଟିଥିଲି । ଏହା ମୋ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି " ।