ଓଡିଶା

odisha

ETV Bharat / sitara

ଘୋଷଣା ହେଲା ‘ଲୁଟକେସ’ର ରିଲିଜ ତାରିଖ

ଏମାସ 31 ତାରିଖରେ ଦର୍ଶକ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଦେଖିବାକୁ ପାଇବେ କମେଡି ଡ୍ରାମା ଫିଲ୍ମ ‘ଲୁଟକେସ’ । ମୁଖ୍ୟ ଭୂମିକାରେ କୁନାଲଙ୍କ ସହ ନଜର ଆସିବେ ରସିକା ।

By

Published : Jul 13, 2020, 5:09 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୁନାଲ ଖେମୁ

ମୁମ୍ବାଇ: କୋରୋନା ଭାଇରସ ପାଇଁ ଦୀର୍ଘ ସମୟରୁ ଅନେକ ଫିଲ୍ମର ରିଲିଜ ସ୍ଥଗିତ ରଖାଯାଇଥିଲା । ଏମିତି ପରିସ୍ଥିତିରେ କିଛି ମେକର୍ସ ନିଜ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାର ନିଷ୍ପତ୍ତି ନେଇଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ ଏବେ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ପାଉଛନ୍ତି । ଏହି କ୍ରମରେ ସର୍ବ ପ୍ରଥମେ ସାମିଲ ହୋଇଥିଲା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ । ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ ବେଚେରା’ ରିଲିଜ ତାରିଖ ଘୋଷଣା ହୋଇଥିଲା । ଯାହା ଏମାସ 24 ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

ଆଉ ଏବେ ଫେମସ ଅଭିନେତା କୁନାଲ ଖେମୁ, ରସିକା ଦୁଗ୍ଗଲଙ୍କ ଅଭିନୀତ ଫିଲ୍ମ ‘ଲୁଟକେସ’ ପ୍ରିମିୟର ଡେଟ ଘୋଷଣା ହୋଇଯାଇଛି । ଦର୍ଶକ ଦୀର୍ଘ ସମୟରୁ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିବସିଥିଲେ । ଖୁବଶୀଘ୍ର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ପ୍ରକାଶ ଥାଉକି ‘ଲୁଟକେସ’ ଏମାସ 31 ତାରିଖରେ ରିଲିଜ ପାଇଁ ପ୍ରସ୍ତୁତ । ‘ଦିଲ ବେଚେରା’ ପରି ଏହି ଫିଲ୍ମ ମଧ୍ୟ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ । ସେହିପରି ଏହି ଫିଲ୍ମରେ କୁନାଲ ଓ ରସିକାଙ୍କ ବ୍ୟତୀତ ରଣବୀର ସୌରୀ, ବିଜୟ ରାଜ ଓ ଗଜରାଜ ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଛନ୍ତି ରାଜେଶ କ୍ରିଷ୍ଣନ ।

ABOUT THE AUTHOR

...view details