ମୁମ୍ବାଇ: ବି-ଟାଉନର ଫେମସ କପଲ୍ସ ମଧ୍ୟରୁ ଅନ୍ୟତମ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଓ ରଣବୀର ସୌରୀ। ପାଖାପାଖି ତିନି ବର୍ଷ ପର୍ଯ୍ୟନ୍ତ ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ଛାଡପତ୍ର ନେବାକୁ ଯାଉଛନ୍ତି ଏହି ଯୋଡି। ଏବେ ଦୁଇଜଣ କୋର୍ଟରେ ଛାଡପତ୍ର ପାଇଁ ଅପିଲ କରିଛନ୍ତି।
2010ରେ ରଣବୀରଙ୍କ ସହ ବିବାହ କରିଥିଲେ କୋଙ୍କଣା। ବିବାହର କିଛି ବର୍ଷ ପରେ କୋଙ୍କଣା ବେବି ବୟକୁ ଜନ୍ମ ଦେଇଥିଲେ। ହେଲେ ବିବାହର 5 ବର୍ଷ ପରେ ଦୁଇଜଣଙ୍କ ପରସ୍ପର ସହ ରହିବାକୁ ପସନ୍ଦ କରିନଥିଲେ। ଯାହାପରେ ଦୁଇଜଣ ଆପୋଷ ବୁଝାମଣାରେ ଛାଡପତ୍ର ନେବାକୁ ସ୍ଥିର କରିଥିଲେ।