ଓଡିଶା

odisha

ETV Bharat / sitara

ପରଲୋକରେ କିଶୋର ଦା’ଙ୍କ ପ୍ରଥମ ପତ୍ନୀ ରୁମା

84 ବର୍ଷରେ ମୃତ୍ୟୁ ବରଣ କଲେ ବଙ୍ଗ ଅଭିନେତ୍ରୀ ରୁମା । ସୋମବାର ସକାଳେ କୋଲକାତା ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଫ୍ୟାନକ୍ଲବ

By

Published : Jun 3, 2019, 10:58 PM IST

ମୁମ୍ବାଇ: ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଗାୟକ କିଶୋର କୁମାରଙ୍କ ପ୍ରଥମ ପତ୍ନୀ ଏବଂ ଲୋକପ୍ରିୟ ବଙ୍ଗ ଅଭିନେତ୍ରୀ ରୁମା ଗୁହା ଠାକୁରତା । 84 ବର୍ଷ ବୟସରେ ରୁମାଙ୍କ ନିଧନ ଆଜି ସକାଳ କୋଲକାତା ସ୍ଥିତ ତାଙ୍କ ଘରେ ହୋଇଛି । ରୁମା କିଛି ଦିନ ପୂର୍ବେ କୋଲକାତା ଫେରିଥିଲେ । ପାଖାପାଖି ତିନି ମାସ ହେବ ସେ ନିଜ ପୁଅ ଅମିତ କୁମାରଙ୍କ ପାଖରେ ରହୁଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ମମତା ବାନାର୍ଜୀ

ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି । ତାଙ୍କ ଜନ୍ମ 1934 କୋଲକାତାରେ ହୋଇଥିଲା । 1951ରେ ସେ ସୁର ସ୍ବରତାଜ କିଶୋର କୁମାରଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ପୁଅ ଅମିତ କୁମାର ମଧ୍ୟ ଜଣେ ପପୁଲାର ଗାୟକ ।

କିଶୋର ଓ ରୁମାଙ୍କ ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିନଥିଲା । ବିବାହର ମାତ୍ର 6 ବର୍ଷ ପରେ ଦୁଇଜଣ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ପରେ ରୁମା, ଅରୁପ ଗୁହା ଠାକୁରତାଙ୍କ ସହ ବିବାହ କରିନେଇଥିଲେ । ଅରୁପ ଓ ତାଙ୍କର ଗୋଟିଏ ଝିଅ ଶ୍ରୀମୋନା ଗୁହା ଠାକୁରତା ମଧ୍ୟ ଅଛନ୍ତି । ସେ ମଧ୍ୟ ଜଣେ ଗାୟିକା ।

ରୁମାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ରୁମା ଗୁହା ଠାକୁରତାଙ୍କ ନିଧନରେ ମୁଁ ବହୁତ ଦୁଃଖି । ସିନେମା ଓ ସଙ୍ଗୀତ ଦୁନିଆରେ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ମୋର ସମ୍ବେଦନା ଅଛି ।"

ପ୍ରକାଶ ଥାଉକି ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ ଚେହେରା ରୁମା । ଏହାବ୍ୟତୀତ ସେ ପ୍ଲେବ୍ୟାକ ସିଙ୍ଗର ମଧ୍ୟ ଥିଲେ । ତାଙ୍କ ହିଟ୍ ଫିଲ୍ମ ଗୁଡିକ ହେଲା 'ଏଣ୍ଟନୀ ଫିରିଙ୍ଗୀ', 'ପଲାତକ', ଆଶିତେ ଆସିୟୋ ନା', 'ବାଲିକା ବଧୁ' ଏବଂ 'ଗଙ୍ଗା ଅଭିଯାନ' ।

ABOUT THE AUTHOR

...view details