ମୁମ୍ବାଇ: ଛୋଟ ପରଦାରେ ଚନ୍ଦ୍ରମୁଖୀ ଚୌଟାଲାଙ୍କ ନାମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ କବିତା କୌଶିକ ସବୁବେଳେ ଚର୍ଚ୍ଚାରେ ଆସିଥାଆନ୍ତି । କବିତା 2017ରେ ବିଜନେସ ମ୍ୟାନ ରୋନିତ ବିଶ୍ବାସଙ୍କ ସହ ବିବାହ କରିଥିଲେ । କବିତା ଏବେ 38 ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ଦୁଇବର୍ଷ ବିବାହ ପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ନାହିଁ । ଏବେ ସେ ସନ୍ତାନ କଥାକୁ ନେଇ ଚର୍ଚ୍ଚାରେ ପୁଣି ଆସିଛନ୍ତି ।
ନିକଟରେ ସେ କହିଥିଲେ କି ସେ ଆଦୌ ମା' ହେବାକୁ ଚାହୁଁନାହାଁନ୍ତି । କବିତା ଓ ସ୍ବାମୀ ରୋନିତଙ୍କ ସହ ମିଶି ଏକ ନିଷ୍ପତ୍ତି ନେଇଛନ୍ତି । କଥାଟି ହେଲା କି ଏହି ଯୋଡି କେବେ ପିତା-ମାତା ହେବାକୁ ଚାହୁଁନାହାଁନ୍ତି । ଯାହାର ନିଷ୍ପତ୍ତି ସେ ନେଇସାରିଛନ୍ତି ।