ଓଡିଶା

odisha

By

Published : Aug 7, 2019, 10:45 PM IST

ETV Bharat / sitara

ଅକ୍କିଙ୍କ ପ୍ରଶଂସାରେ କ୍ୟାଟ

ଏକ ସାକ୍ଷାତକାରରେ କ୍ୟାଟ୍ରିନା କୈଫ ଅକ୍ଷୟ କୁମାରଙ୍କୁ କଠିନ ପରିଶ୍ରମୀ କହିଛନ୍ତି । ଦୀର୍ଘ 9 ବର୍ଷ ପରେ ପୁଣି ପରଦାରେ ଏକାଠି ନଜର ଆସିବେ କ୍ୟାଟ-ଖିଲାଡି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଖିଲାଡି କୁମାରଙ୍କ ସହ ପୁଣି ପରଦାରେ ନଜର ଆସିବେ । ଏକ ସାକ୍ଷାତକାରରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଅକ୍ଷୟ କୁମାରଙ୍କୁ ସବୁଠୁ ଅଧିକ କଠିନ ପରିଶ୍ରମୀ ବୋଲି କହିଛନ୍ତି କ୍ୟାଟ । ଏହାସହ ଅକ୍ଷୟଙ୍କଠୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି କ୍ୟାଟ୍ରିନା ।

ଅକ୍ଷୟଙ୍କ ସମୟାନୁବର୍ତ୍ତିତା ସବୁଠୁ ଅଲଗା ବୋଲି ମଧ୍ୟ କହିଛନ୍ତି । 9 ବର୍ଷ ପରେ ପୁଣି ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା ଓ ଅକ୍ଷୟ । ଏହାପୂର୍ବରୁ ‘ନମସ୍ତେ ଲଣ୍ଡନ’, ‘ସିଂହ ଇଜ କିଙ୍ଗ’,‘ହମକୋ ଦିୱାନା କର ଗଏ’,‘ୱେଲକମ’ ଭଳି ଫିଲ୍ମରେ କାମ କରିଛନ୍ତି ।

ସୂର୍ଯ୍ୟବଂଶୀ ରୋହିତ ସେଟ୍ଟିଙ୍କ ସିଂଘମ ସିରିଜ । ପ୍ରଥମ ଓ ଦ୍ବିତୀୟରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସିମ୍ବାରେ ରଣଭୀର ସିଂହ ନଜର ଆସିଥିଲେ । ଏହାପରେ ଅକ୍ଷୟଙ୍କୁ ଆଗକୁ ଦେଖିବାକୁ ମିଳିବ । ଫିଲ୍ମଟି 27 ମାର୍ଚ୍ଚ 2020ରେ ରିଲିଜ କରାଯିବ ।

ABOUT THE AUTHOR

...view details