ଓଡିଶା

odisha

ETV Bharat / sitara

ଖିଲାଡୀଙ୍କ ପତ୍ନୀଙ୍କୁ ନେଇ ନର୍ଭସ କ୍ୟାଟ

ଅକ୍ଷୟ କୁମାରଙ୍କ ପତ୍ନୀକୁ ଖୁବ୍ ଡରନ୍ତି କ୍ୟାଟ୍ରିନା । ଯାହାର ଖୁଲାସା ସେ ଏକ ଇଭେଣ୍ଟରେ କରିଛନ୍ତି । ସେ ଟ୍ବିଙ୍କଲଙ୍କୁ ଦେଖିଲେ ନର୍ଭସ ହୋଇଯାଆନ୍ତି ବୋଲି କହିଛନ୍ତି କ୍ଯାଟ ।

By

Published : May 8, 2019, 2:45 AM IST

ଡିଜାଇନ ଫଟୋ

ମୁମ୍ବାଇ: ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମରେ ଅକ୍ଷୟ ପୁଣିଥରେ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ଏହି ଯୋଡି ବଲିଉଡକୁ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇସାରିଛନ୍ତି । କୁହାଯାଉଛି ଯେ, ଦୁଇଜଣଙ୍କ ଯୋଡି ଏଥର ପରଦାରେ ଧମାଲ ସୃଷ୍ଟି କରିବ । ଅନ୍ୟପଟେ କ୍ୟାଟ୍ରିନା ବର୍ତ୍ତମାନ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ । କ୍ୟାଟଙ୍କ ଏହି ବୟାନଟି ଅକ୍ଷୟଙ୍କ ପତ୍ନୀ ସହ ସମ୍ପୃକ୍ତ । ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।

ନିକଟରେ ଏକ ଆୱାର୍ଡ ଫଙ୍କସନରେ ପହଞ୍ଚିଥିଲେ କ୍ୟାଟ୍ରିନା କୈଫ । ସେହିଠାରେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନାକୁ ନେଇ ନିଜ ଭୟ ଭାବନାର ପ୍ରକାଶ କରିଥିଲେ । ଆୱାର୍ଡ ନେଇସାରିବା ପରେ କ୍ୟାଟ କହିଥିଲେ କି, "ଏଠାକୁ ଆସିବା ପୂର୍ବରୁ ସେ ଭାବୁଥିଲେ କି ଟ୍ବିଙ୍କଲ ନଆସନ୍ତୁ ବୋଲି । ଟ୍ବିଙ୍କଲ ଆସିବା ମାତ୍ରେ ସେ ନର୍ଭସ ହୋଇଯାଇଥାଆନ୍ତେ । ସେ ଦୁନିଆର ସବୁଠାରୁ ମଜାଦାର ମଣିଷ ମଧ୍ୟରୁ ଅନ୍ୟତମ । ତେଣୁ ତାଙ୍କ ସ୍ପିଚ ମଧ୍ୟ ସେହିପରି ମଜାଦାର ହୋଇଥାଏ । ଯାହା ବେଳେ ବେଳେ ଖରାପ ଲାଗେ "।

"ଏହାପରେ ସେ ଟ୍ବିଙ୍କଲଙ୍କ ନାଁ ନେଇ କ୍ଷମା ମଧ୍ୟ ମାଗିଥିଲେ । ସେ ଆହୁରି କହିଥିଲେ କି ତାଙ୍କ ମନରେ ଟ୍ବିଙ୍କଲଙ୍କ ପାଇଁ କିଛି ନାହିଁ । ସେ ତାଙ୍କୁ ଖୁବ୍ ସ୍ନେହ ମଧ୍ୟ କରନ୍ତି"।

ABOUT THE AUTHOR

...view details