ଓଡିଶା

odisha

ETV Bharat / sitara

ଭିଡରେ ଫଶିଲେ କ୍ୟାଟ, ରକ୍ଷା କଲେ ବଡିଗାର୍ଡ - airport

ଦିଲ୍ଲୀ ଏୟାରପୋର୍ଟରେ ଫ୍ୟାନ୍ସଙ୍କ ଦୁର୍ବ୍ୟବହାରର ଶିକାର ସାମ୍ନା କରିଛନ୍ତି କ୍ୟାଟ୍ରିନା । ଏହା ଦେଖି ରାଗିଯାଇଥିଲେ ତାଙ୍କ ବଡିଗାର୍ଡ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

By

Published : Jul 2, 2019, 7:49 PM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟଙ୍କୁ ପ୍ରାୟତଃ ପବ୍ଲିକ ପ୍ଲେଟଫାର୍ମସରେ ଫ୍ୟାନ୍ସଙ୍କ ଦୁର୍ବ୍ୟବହାର ଏବଂ ପାଗଳାମିର ସାମ୍ନା କରିବାକୁ ପଡିଥାଏ । ଷ୍ଟାର୍ସଙ୍କୁ ବାସ୍ତବ ଜୀବନରେ ସାମ୍ନାରେ ଦେଖି ଫ୍ୟାନ୍ସ ଖୁବ୍ ଉତ୍ସାହିତ ହୋଇଯାଆନ୍ତି । କିନ୍ତୁ ଏହି କାରଣରୁ ଷ୍ଟାର୍ସଙ୍କ ସମସ୍ୟା ବେଶ ବଢିଯାଇଥାଏ । ନିକଟରେ ଏମିତି କିଛି ଘଟଣା ଘଟିଛି ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ।

ଦିଲ୍ଲୀ ଏୟାରପୋର୍ଟରୁ କ୍ୟାଟଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ଏୟାରପୋର୍ଟରୁ ବାହାରକୁ ବାହାରୁଥିବାର ନଜର ଆସୁଛନ୍ତି । ସେହି ସମୟରେ କିଛି ଫ୍ୟାନ୍ସ ତାଙ୍କୁ ଘେରିଯାଇଥିଲେ ଏବଂ ସେଲ୍ଫି ନେବାକୁ ମଧ୍ୟ ଜିଦ କରିଥିଲେ ।

ଫ୍ୟାନ୍ସଙ୍କ ଏତେ ଭିଡି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କ୍ୟାଟ । ପରେ ତାଙ୍କ ବଡିଗାର୍ଡ ଆସି ତାଙ୍କୁ ସେଠାରୁ କାଢିଥିଲେ । ତଥାପି ବଡିଗାର୍ଡ ଏବଂ କ୍ୟାଟଙ୍କ ମନା କରିବା ସତ୍ତ୍ବେ ଫ୍ୟାନ୍ସ ମାନିନଥିଲେ ।

ଅନ୍ୟପଟେ ଗୋଟିଏ ଫ୍ୟାନ ବାରମ୍ବାର କ୍ୟାଟଙ୍କ ସହ ସେଲ୍ଫି ନେବାର ଜିଦ ଧରିଥିଲେ । ଏୟାରପୋର୍ଟରେ ଫ୍ୟାନ୍ସ ଏବଂ ବଡିଗାର୍ଡଙ୍କ ମଧ୍ୟରେ ବାରମ୍ବାର ହୋଇଥିବା ଯୁକ୍ତିତର୍କକୁ ଦେଖି କ୍ୟାଟ ସମସ୍ତଙ୍କୁ କହିଥିଲେ କି ଆରାମରେ ସେଲ୍ଫି ଉଠାଅ । ଏହାପରେ ଆଉ କଣ ଥିଲା ଫ୍ୟାନ୍ସ ମନଭରି ସେଲ୍ଫି ଉଠାଇଥିବାର ନଜର ଆସିଛନ୍ତି ।

For All Latest Updates

ABOUT THE AUTHOR

...view details