ନୂଆଦିଲ୍ଲୀ: ଲକଡାଉନ ସମୟରେ ବଲିଉଡର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଭଉଣୀ ଇସାବେଲଙ୍କ ସହିତ ଘରେ ଅଛନ୍ତି ।
ଏହି ସମୟରେ କ୍ୟାଟ୍ରିନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।
ଆଜି କ୍ୟାଟ୍ରିନା ନିଜର ଏକ ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ଧଳା ଟି-ସାର୍ଟ ସହିତ ଏକ ଡେନିମ୍ ସର୍ଟସ୍ ପିନ୍ଧିଥିବାର ନଜର ଆସିଛନ୍ତି ।
କ୍ୟାଟ୍ରିନାଙ୍କ ଏହି ଫ୍ରେସ ଫଟୋକୁ ଫ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ।
ଫଟୋ ସହିତ କ୍ୟାପସନରେ କ୍ୟାଟ୍ରିନା ଲେଖିଛନ୍ତି, କୁସୁ ଅର କେ ବାଦଲ ପେ ଇନ୍ଦ୍ରଧନୁ ବନନେ କି କୋସିସ କରୋ, ଆପକି ବିରାସତ ବର ଜୀବନ ହେଁ, ଜିସେ ଆପ ଛୁତେ ହେଁ ।
ନିକଟରେ, କ୍ୟାଟ୍ରିନା ପାଖାପାଖି 100 ବ୍ୟାକଗ୍ରାଉଣ୍ଡ ଡାନ୍ସରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ତାଙ୍କୁ ସାହାଯ୍ୟ କରିଥିଲେ ।
କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ଫିଲ୍ମ‘ଭାରତ’ରେ ଅଭିନେତା ସଲମାନ ଖାନଙ୍କ ସହ ଦେଖିବାକୁ ମିଳିଥିଲା । ଏବେ ସେ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜକୁ ଅପେକ୍ଷା କରିଛନ୍ତି । ଯାହାର ରିଲିଜକୁ ଏହି ଲକଡାଉନ ଯୋଗୁଁ ସ୍ଥଗିତ ରଖାଯାଇଛି ।
ଏହା ବ୍ୟତୀତ କ୍ୟାଟ୍ରିନା ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଏକ ଫିଲ୍ମ 'ଫୋନ୍ ବୁଥ'ରେ ନଜର ଆସିବେ ।