ହାଇଦ୍ରାବାଦ:ବିବାହର ଦେଢ ମାସ ପରେ କ୍ୟାଟ୍ରିନା କୈଫ ମାଲଦ୍ବୀପରେ ପହଞ୍ଚିଛନ୍ତି। ମାଲଦ୍ବୀପରେ କ୍ୟାଟ୍ରିନା କୈଫ ଖୁବ ମସ୍ତି କରୁଥିବା ଫଟୋ ଭାଇରାଲ ହେଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେ ନିଜ ପ୍ରିୟ ସ୍ଥାନରେ ପହଞ୍ଚିଛନ୍ତି । ସେ ମାଲଦ୍ବୀପକୁ ତାଙ୍କର ଖୁସିର ସ୍ଥାନ ବୋଲି ବର୍ଣ୍ଣନା କରିଛନ୍ତି ।
ତେବେ, ଭିକି ତାଙ୍କ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାରୁ କ୍ୟାଟ୍ରିନା କୈଫ ଏହି ଯାତ୍ରାରେ ଭିକି କୌଶଲଙ୍କ ସହ ନାହାଁନ୍ତି । ଏହି ଫଟୋରେ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ସମୁଦ୍ର କୂଳରେ ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ନଜର ଆସିଛନ୍ତି ।