ଓଡିଶା

odisha

ETV Bharat / sitara

ସରିଲା କ୍ୟାଟ-ଭିକୀଙ୍କ Engagement !

ଆଉ କିଛିଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ୟାଟ୍ରିନା କୈଫ । କାହାକୁ ବାହା ହେବେ ଆପଣ ଅନ୍ଦାଜ ଲଗାଇସାରିବେଣି ନିହାତି ! ନା କଣ ? ଏପର୍ଯ୍ୟନ୍ତ ଯଦି ଗେସ୍ କରିପାରୁନାହାନ୍ତି ତାହେଲେ ଅଧିକ ପଢନ୍ତୁ...

katrina kaif and vicky kaushal
ସରିଲା କ୍ୟାଟଙ୍କ Engagement !

By

Published : Aug 18, 2021, 4:45 PM IST

Updated : Aug 18, 2021, 4:53 PM IST

ହାଇଦ୍ରାବାଦ: କ୍ୟାଟ୍ରିନା କୈଫ ବଲିଉଡ ଲାଇଫର ସବୁଠୁ ହଟ ଟପିକ୍ । କିଛି ନା କିଛି କାରଣକୁ ନେଇ କ୍ୟାଟ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଏବେ ସରିଛି ତାଙ୍କ ନିର୍ବନ୍ଧ ! ଆଜ୍ଞା ଠିକ ପଢିଛନ୍ତି...


କିଛିବର୍ଷ ହେବ ଉରି ବୟ ଭିକି କୌଶଲଙ୍କ ସହ କ୍ୟାଟଙ୍କ ରିଲେସନସିପକୁ ନେଇ ଶୁଣିବାକୁ ମିଳୁଥିଲା ଗସିପ୍ସ । ହେଲେ ନିକଟରେ ଉଭୟ ନିର୍ବନ୍ଧ ବି ସାରିଦେଇଛନ୍ତି । ଯଦିଓ ଏନେଇ ଉଭୟ ମୁହଁ ଖୋଲିନାହାଁନ୍ତି କି ସୋସିଆଲ ମିଡିଆରେ କୌଣସି ଫଟୋ ଛାଡିନାହାଁନ୍ତି, ତଥାପି ସୋସିଆଲ ମିଡିଆ ଉଭୟଙ୍କ ସିକ୍ରେଟକୁ ଧରିବାରେ ମାହିର !


ଏହି ଯୋଡି ତାଙ୍କ ପ୍ରେମ ସମ୍ପର୍କକୁ ଆଉ ଗୋଟିଏ ପାଦ ଆଗକୁ ନେବାକୁ ପ୍ଲାନ କରୁଥିଲେ ବୋଲି ନିକଟରେ ଅନେକ ରିପୋର୍ଟ ପ୍ରକାଶ ପାଇଥିବାବେଳେ ଏବେ ଉଭୟ ଉଭୟଙ୍କୁ ମୁଦି ପିନ୍ଧାଇଛନ୍ତି ବୋଲି ମିଳିଛି ସଦ୍ୟ ସୂଚନା ।


ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବାବେଳେ ସୋସିଆଲ ମିଡିଆରେ ଉଭୟଙ୍କୁ ଛୁଟୁଛି ଶୁଭେଚ୍ଛା । କେହି ଏ ଖବରକୁ ସତ ବୋଲି ଶୁଣିବାକୁ ଅପେକ୍ଷା କରିଥିବାବେଳେ ଆଉ କେହି କେହି ଉଭୟଙ୍କ ନାଁକୁ ମିଶାଇ କପୁଲ ନାଁ କ୍ୟାଟଭିକ(#katvic) କହିବା ଆରମ୍ଭ କଲେଣି । ଆଉ କେହି କେହି ତ ସଲମାନଙ୍କୁ କମେଣ୍ଟ ବି ମାରିବା ଆରମ୍ଭ କରିଦେଲେଣି ।


ତେବେ ଅପେକ୍ଷା ରହିଲା ଉଭୟ କେବେ ନିଜ ସମ୍ପର୍କକୁ ସ୍ବୀକାର କରି ଅଫିସିଆଲ ଘୋଷଣା କରୁଛନ୍ତି । ପ୍ରକାଶ ଥାଉକି, କ୍ୟାଟ୍ରିନା ଆଗକୁ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ଫୋନଭୂତ’ଓ ବିଜୟ ଦେବରକୋଣ୍ଡାଙ୍କ ସହ ଗୋଟିଏ ଫିଲ୍ମ କରୁଥିବାବେଳେ ଭିକୀ ଏବେ ସର୍ଦ୍ଦାର ଉଦ୍ଦମ ସିଂ, ଦ ଇମ୍ମୋର୍ଟାଲ ଅଶ୍ବଥମା ଓ ତଖ୍ତକୁ ନେଇ ବ୍ୟସ୍ତ ।

Last Updated : Aug 18, 2021, 4:53 PM IST

ABOUT THE AUTHOR

...view details