ଓଡିଶା

odisha

ETV Bharat / sitara

ସୋନୁଙ୍କୁ କାଶି ବାଲୁକା ଶିଳ୍ପୀଙ୍କ ଶାନଦାର ଉପହାର - ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦଙ୍କ ଚର୍ଚ୍ଚା

ପୁଣି ଛାଇଲେ ସୋନୁ ସୁଦ । ଏଥର କାଶି ଗଙ୍ଗା କୂଳରେ ନିର୍ମାଣ ହେଲା ତାଙ୍କ ବାଲୁକା ପ୍ରତିମୂର୍ତ୍ତି । ଶାନଦାର ପ୍ରତିକ୍ରିୟା ଦେଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

By

Published : Jun 4, 2020, 7:16 PM IST

ମୁମ୍ବାଇ: ସବୁ ମହଲରୁ ବାଃ ବାଃ ସାଉଁଟିବାରେ ଲାଗିଛନ୍ତି ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ଲକଡାଉନରେ ଭିନ୍ନ ଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରଆ ଓ ଛାତ୍ରଛାତ୍ରୀଙ୍କୁ କ୍ରମାଗତ ଭାବେ ନିଜ ଘରେ ପହଞ୍ଚାଇବାର ଲାଗିଛନ୍ତି ସେ । ନିଜର ଏହି ମହାନ କାର୍ଯ୍ୟ ପାଇଁ ସେ ସମସ୍ତଙ୍କ ପାଇଁ ଶାନଦାର ଉଦାହରଣ ସାଜିଛନ୍ତି । ଲୋକେ ବିଭିନ୍ନ ଉପାୟରେ ତାଙ୍କୁ ସମ୍ମାନିତ କୁରଛନ୍ତି ।

କିଛି ଦିନ ପୂର୍ବରୁ ଓଡିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ତାଙ୍କ ଚିତ୍ର କରି ଶୁଭେଚ୍ଛା ଦେଇଥିଲେ । ଆଉ ଏବେ କାଶି(ବାରାଣାସୀ)ରେ ଗଙ୍ଗା କୂଳରେ କିଛି ବାଲୁକା କଳାକାର ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରି ସମ୍ମାନିତ କରିଛନ୍ତି ।

ଯାହାର ଫଟୋ ଟ୍ବିଟରରେ ସେୟାର ସେହି କଳାକାର ଲେଖିଛନ୍ତି, ‘ଗରିବଙ୍କ ଭଗବାନ ସୋନୁ ସୁଦଙ୍କୁ କାଶି କଳାକାରଙ୍କ ନମସ୍କାର ।’ ସେପଟେ ଏହାର ଜବାବ ଦେଇ ସୋନୁ ମଧ୍ୟ ଲେଖିଛନ୍ତି, ‘ଏବେ ଆପଣଙ୍କୁ ଭେଟିବାକୁ ଯିବାକୁ ପଡିବ ।’

ପ୍ରକାଶ ଥାଉକି ଯେଉଁ ଲୋକମାନେ ନିଜ ନିଜ ଘରେ ସୁରକ୍ଷିତ ରୂପେ ସୋନୁଙ୍କ ସାହାଯ୍ୟରେ ପହଞ୍ଚିପାରିଛନ୍ତି, ବର୍ତ୍ତମାନ ସେମାନେ ସୋନୁଙ୍କ ନିଜ ଭଗବାନ ରୂପେ ପୂଜା କରୁଛନ୍ତି ।

ଖାଲି ଏତିକି ନୁହେଁ ବିହାରର ସିୱାନରେ ତାଙ୍କ ପ୍ରତିମା ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିଲା, ହେଲେ ସୋନୁ ଏହା ଜାଣିବା ପରେ ଏକ ଟ୍ବିଟ କରି କହିଥିଲେ ଯେ ଭାଇ ସେହି ଟଙ୍କା ସହିତ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ ।

ABOUT THE AUTHOR

...view details