ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ କୋରୋନା ଭାଇରସରୁ ବଞ୍ଚାଇବା ପାଇଁ ନିକଟରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଅନଲାଇନ ନିଜର ଶୋ ‘କୋକି ପୁଛଗେ’ରେ ସେ ଦେଶର ବିଶିଷ୍ଟ ଲୋକଙ୍କ ସହ କଥାବାର୍ତ୍ତା କରି କୋରୋନା ସଚେତନା ବାର୍ତ୍ତା ସମସ୍ତଙ୍କୁ ଦେଉଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ନିଜର ଫନ୍ନି ଭିଡିଓ ତିଆରି କରି ଫ୍ୟାନ୍ସଙ୍କୁ ଖୁବ୍ ହସାଉଛନ୍ତି । କିଛି ଦିନ ପୂର୍ବରୁ ନିଜ ଭଉଣୀଙ୍କ ସହ ସେ ଏକ ମଜାଦାର ଭିଡିଓ ସେୟାର କରିଥିଲେ । ହେଲେ ଭିଡିଓକୁ ନେଇ ବିବାଦ ସୃଷ୍ଟି ହେବାରୁ ସେ ପରେ ଡିଲିଟ କରିଥିଲେ । ଯାହା ଉପରେ ଏବେ ସେ ପ୍ରତିକ୍ରିୟା ରଖିଛନ୍ତି ।
ନିଜ ଭିଡିଓ ଡିଲିଟ କରିବା ଉପରେ କାର୍ତ୍ତିକଙ୍କ ପ୍ରତିକ୍ରିୟା - କାର୍ତ୍ତିକ ଆର୍ୟନଙ୍କ ଉପରେ ଘରୋଇ ହିଂସା ଅଭିଯୋଗ
ନିକଟରେ କାର୍ତ୍ତିକଙ୍କ ଏକ ଭିଡିଓ ଉପରେ ଘରୋଇ ହିଂସା ଅଭିଯୋଗ ଲାଗିଥିଲା । ଏବେ ଏହା ଉପରେ ବୟାନ ରଖି ସେ ଚର୍ଚ୍ଚାରେ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ସେ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଭିଡିଓକୁ ନେଇ ସମାଲୋଚନା କରାଯାଇଥିଲା ଯେ ସେ ଘରୋଇ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ଆପଣ ଭାବନ୍ତୁ ଯଦି ଏମିତି ହୋଇଥାଆନ୍ତା ତେବେ ତାଙ୍କ ମା' ଆଉ ଭଉଣୀ ଏହା ଉପରେ ଆପତ୍ତି କରିନଥାଆନ୍ତେ କି ।
ଭିଡିଓ ଅପଲୋଡ କରିବା ପୂର୍ବରୁ ପ୍ରଥମେ ସେ ଘରେ ଦେଖାଇଥିଲେ । ଆଉ ଯେବେ ଭିଡିଓ ଡିଲିଟ କରିଦେଲେ । ସେହି ସମୟରେ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ କିଛି ଲୋକ । ସେ କୌଣସି ହିଂସାକୁ ପ୍ରୋସାହନ କରିବା ପାଇଁ ଭିଡିଓ ତିଆରି କରିନଥିଲେ ବୋଲି କହିଛନ୍ତି କାର୍ତ୍ତିକ ।