ଓଡିଶା

odisha

ETV Bharat / sitara

ଭାଇଙ୍କୁ ନ୍ୟୁୟର୍କରେ ସାକ୍ଷାତ କଲେ ରଣଧୀର - new york

ଏହି ସମୟରେ ବିଶିଷ୍ଟ ଅଭିନେତା ଋଷି କପୁର ନ୍ୟୁୟୁର୍କରେ ନିଜର ଚିକିତ୍ସା କରାଉଛନ୍ତି । ତାଙ୍କୁ ସାକ୍ଷାତ କରିବା ପହଞ୍ଚିଥିଲେ ବଡ ଭାଇ ରଣଧୀର କପୁର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରିସ୍ମା କପୁର

By

Published : Mar 20, 2019, 10:29 PM IST

ନୂଆଦିଲ୍ଲୀ: ଦୀର୍ଘ ସମୟରେ ନ୍ୟୁୟର୍କରେ ରହିଆସୁଛନ୍ତି ବିଶିଷ୍ଟ ଅଭିନେତା ଋଷି କପୁର । ନ୍ୟୁୟର୍କରେ ସେ ନିଜର ଚିକିତ୍ସା କରାଉଛନ୍ତି । ଇତି ମଧ୍ୟରେ ବି-ଟାଉନର ଅନେକ କଳାକାର ତାଙ୍କୁ ସାକ୍ଷାତ ମଧ୍ୟ କରିସାରିଲେଣି । ଏଥର ତାଙ୍କୁ ଯିଏ ସାକ୍ଷାତ କରିବା ପାଇଁ ପହଞ୍ଚିଛନ୍ତି, ସେ ଅଭିନେତା ହେବା ସହ ଋଷିଙ୍କ ବଡ ଭାଇ ମଧ୍ୟ । ଆମେ ଏଠାରେ କଥା ହେଉଛୁ ଅଭିନେତା ରଣଧୀର କପୁରଙ୍କ ବିଷୟରେ । ସେ ସାନ ଭାଇଙ୍କୁ ଦେଖା କରିବାପାଇଁ ଝିଅ ଅର୍ଥାତ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ନ୍ୟୁୟର୍କରେ ପହଞ୍ଚିଯାଇଛନ୍ତି ।

ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଫଟୋରେ ଋଷି, ପତ୍ନୀ ନୀତୁ କପୁର, ରଣଧୀର, କରିସ୍ମା ନଜର ଆସୁଛନ୍ତି ।

ଏହି ଅବସରରେ କରିସ୍ମା ନିଜ ଇନଷ୍ଟାଗ୍ରାମରେ କପୁର ପରିବାରର ଏକ ଶାନଦାର ଫଟୋ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "So wonderful catching up with Chintu uncle in NY ! He looks so handsome and i always enjoy discussing food and restaurants with the Kapoor brothers."

କରିସ୍ମାଙ୍କ ପୂର୍ବରୁ ନୀତୁ ମଧ୍ୟ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଗୋଟିଏ କଥାର ଖୁଲାସା କରିଥିଲେ । ସେ କ୍ୟାପସନରେ ଲେଖିଥିଲେ, "କପୁର ଭାଇ କେବଳ ଖାଦ୍ୟ ବିଷୟରେ ହିଁ କଥା ହୋଇଥାଆନ୍ତି ।"

ABOUT THE AUTHOR

...view details