ଓଡିଶା

odisha

ETV Bharat / sitara

ଟିକାକରଣ ପାଇଁ ସଚେତନତା ଆଣିଲେ କରୀନା - mothers day

ମା' ମାନଙ୍କୁ ସଚେତନ କରିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ । ଟିକାକରଣ ସଚେତନ କରିଛନ୍ତି କରୀନା । ଗୋଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ସବୁ ଛୁଆଙ୍କୁ ବଞ୍ଚାଇବାର ସଂକଳ୍ପ ନେଇଛନ୍ତି କରୀନା ।

ଫଟୋ ସୌଜନ୍ୟ: ଏ ଏନ ଆଇ

By

Published : May 11, 2019, 10:37 PM IST

ହାଇଦ୍ରାବାଦ: ମାତୃ ଦିବସ ଉପଲକ୍ଷେ ସବୁ ମା' ମାନଙ୍କୁ ସଚେତନ କରିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ । ଛୁଆଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଟିକାକରଣ କରିବା ଜରୁରୀ ବୋଲି କହିଛନ୍ତି କରୀନା ।

ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ଜଣେ ୟୁନିସେଫ ସେଲିବ୍ରିଟି ହିସାବରେ ଗୋଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ସବୁ ଛୁଆଙ୍କୁ ବଞ୍ଚାଇବାର ସଂକଳ୍ପ ନେଇଛନ୍ତି କରୀନା । ନିଜ ଅନୁଭୁତି ପ୍ରକାଶ କରି କରୀନା କହିଥିଲେ, ଯେତେବେଳେ ସେ ତୈମୁରଙ୍କୁ ଜନ୍ମ ଦେଇଥିଲେ ସେତେବେଳେ ତୈମୁରକୁ ସମସ୍ତ ରୋଗରୁ କିପରି ରକ୍ଷା କରିବେ ସେଥିପାଇଁ ଚିନ୍ତାରେ ଥିଲେ ମାତ୍ର ଡାକ୍ତର ତାଙ୍କୁ ଟିକାକରଣର ସାରଣୀ ଦେବାପରେ ନିଶ୍ଚିତ ହୋଇଥିଲେ ତେଣୁ ସବୁ ମା' ମାନଙ୍କୁ ଅନୁରୋଧ ଟିକାକରଣ ନିଶ୍ଚିତ କରାଇବେ ବୋଲି କହିଥିଲେ କରୀନା ।

ଖାଲି ସେତିକି ନୁହେଁ କରୀନା ରେଡିଓ ଜକିଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ରେଡିଓ ମାଧ୍ୟମରେ ସେମାନେ ପୁରା ଭାରତରେ ବିଭିନ୍ନ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ଖାସ କରି ଟିକାକରଣ ବାବଦରେ ଓ ମହିଳା ସଶକ୍ତିକରଣ ପାଇଁ ଅନେକ ସଚେତନତା ସୃଷ୍ଟି କରୁଛନ୍ତି । ତେବେ କରୀନା ଆଗାମୀ ଫିଲ୍ମ ଗୁଡନ୍ୟୁଜ ପାଇଁ ବ୍ୟସ୍ତ ଅଛନ୍ତି ।

ABOUT THE AUTHOR

...view details