ଓଡିଶା

odisha

ETV Bharat / sitara

ଆମୀରଙ୍କ ପାଇଁ ଅଡିଶନ ଦେଲେ ବେବୋ

ପ୍ରଥମଥର ନିଜ ଫିଲ୍ମ କ୍ୟାରିୟରେ ଅଡିଶନ ଦେଇ ଚର୍ଚ୍ଚାରେ କରୀନା କପୁର ଖାନ । ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ଆସିବେ ନଜର ଆସିବେ ।

By

Published : Oct 28, 2019, 3:13 PM IST

ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଖୁବ ବ୍ୟସ୍ତ । ଏହି ଫିଲ୍ମରେ ପୁଣି ପରଦାରେ ଦେଖିବାକୁ ମିଳିବ ବି-ଟାଉନ ବେବୋଙ୍କ ସହ ଆମୀରଙ୍କ ଲଭ କମେଷ୍ଟ୍ରି । ଆମୀର କିଛି ଦିନ ପୂର୍ବରୁ ‘ଲାଲ ସିଂ ଚଡ୍ଡା’ ଘୋଷଣା କରିଥିଲେ । ସେହି ସମୟଠାରୁ ଏହି ଫିଲ୍ମ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇଦେଇଛି । ଇତିମଧ୍ୟରେ କରୀନା ଫିଲ୍ମକୁ ନେଇ ପ୍ରଥମଥର ବଡ ଖୁଲାସା କରିଛନ୍ତି । ଯାହା ଶୁଣି ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ ।

କରୀନା ଦେଇଥିବା ବୟାନରେ କହିଛନ୍ତି ଯେ ତାଙ୍କ 19 ବର୍ଷ କ୍ୟାରିୟରରେ ସେ ‘ଲାଲ ସିଂ ଚଡ୍ଡା’ ପାଇଁ ପ୍ରଥମଥର ଅଡିଶନ ଦେଇଥିଲେ । ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ କରୀନା କହିଥିଲେ ଯେ ସେ ଜାଣିଛନ୍ତି ଆମୀର କିପରି ଅଭିନେତା । ଆଉ ତାଙ୍କ ଭୂମିକା ପାଇଁ ସେ 100 ପ୍ରତିଶିତ ନିଶ୍ଚିତ ହେବାକୁ ଚାହୁଁଥିଲେ । ତେଣୁ ତାଙ୍କ ଫିଲ୍ମ ପାଇଁ ଅଡିଶନ ଦେବାକୁ ପଡିଥିଲା ।

ଏକଦା ତାଙ୍କ ପାଖକୁ ଆମୀରଙ୍କ ଫୋନ ଆସିଥିଲା । ଆଉ କହିଥିଲେ ତୁମେ ଏହି ଫିଲ୍ମକୁ ଶୁଣ ଯାହାକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି । ଏହା ହଠାତ୍ ହେବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେ ଫିଲ୍ମର ସ୍କ୍ରିଫ୍ଟ କିଛି ସମୟ ପର୍ଯ୍ୟନ୍ତ ଶୁଣିଥିଲେ । ଅନ୍ୟପଟେ ଆମୀର ସଙ୍ଗେ ସଙ୍ଗେ କହିଥିଲେ ଚାଲ ସିନ୍ସକୁ ପଢିବା । ଆମୀର ଚାହୁଁଥିଲେ ସେ କିଛି ସିନ୍ସ ଫୋନରେ ପଢିନ୍ତୁ ବୋଲି । ସେ ପୂର୍ବରୁ କେବେ ମଧ୍ୟ ଏପରି କରିନଥିଲେ । ଏହା ତାଙ୍କର ପ୍ରଥମ ଅଡିଶନ ଥିଲା । ସମୟ ବଦଳିଯାଇଛି ଆଉ ଯଦି ଏଥିରେ ସେ ସାମିଲ ନହୋଇ ଡିଭାଙ୍କ ଭଳି ବ୍ୟବହାର କରିବେ ତେବେ ତାହା ଭିନ୍ନ ରୂପ ନେବ ବୋଲି କହିଥିଲେ କରୀନା ।

ପ୍ରକାଶ ଥାଉକି ଏମାସ 31ରେ ‘ଲାଲ ସିଂ ଚଡ୍ଡା’ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମଟି ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଫିଲ୍ମ । ପୂର୍ବରୁ ଆମୀର ଓ କରୀନା ‘ତଲାସ, ‘3 ଇଡିୟଟ’ରେ ଏକାଠି କାମ କରିସାରିଛନ୍ତି ।

ABOUT THE AUTHOR

...view details