ମୁମ୍ବାଇ: ଦୀର୍ଘ ସମୟରୁ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଆଗାମୀ ଚର୍ଚ୍ଚିତ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ଏବେ ଫିଲ୍ମକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣି ଫ୍ୟାନ୍ସ ନିହାତି ଖୁସି ହୋଇଯିବେ । କାରଣ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି ବି-ଟାଉନର ବେବୋ କରୀନା କପୁର ଖାନ ।
ଏହି ଫିଲ୍ମର ଘୋଷଣା ଆମୀର ନିଜ ବର୍ଥଡେ’ରେ କରିଥିଲେ । କିନ୍ତୁ ଏଯାବତ ଫିଲ୍ମର କାଷ୍ଟିଂ ଉପରେ କାମ ଚାଲିଛି । ଇତିମଧ୍ୟରେ କରୀନା ଫିଲ୍ମରେ ସାମିଲ ହେବା କଥା ଜୋର ଧରିଛି । ଦର୍ଶକ ପୁଣି ଥ୍ରି-ଇଡିୟଟ ଯୋଡିକୁ ଏକାଠି ଦେଖିବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ଆଉ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।