ମୁମ୍ବାଇ: ବଲିଉଡର ବେବୋ କରୀନା କପୁର ଖାନଙ୍କ ଓଠ ତାଙ୍କ ଅପେକ୍ଷା ଅଧିକ ବ୍ୟାୟାମ କରିଥାଏ । ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ ସେୟାର କରି ବେବୋ କହିଥିଲେ ସେ ନୁହେଁ ତାଙ୍କ ଓଠ ଅଧିକ ବ୍ୟାୟମ କରୁଛି । ଏହି ଫଟୋରେ ଯେଉଁଥିରେ ସେ ଏକ କଳା ସ୍ପୋର୍ଟସ୍ ବ୍ରାରେ କ୍ୟାମେରା ଆଗରେ ପୋଜ୍ କରୁଥିବାର ନଜର ଆସିଛନ୍ତି ।
ଫଟୋ ସେୟାର କରି କରୀନା ଲେଖିଛନ୍ତି, ମୁଁ ଭାବୁଛି ମୋ ଓଠ ମୋ ଅପେକ୍ଷା ଅଧିକ ବ୍ୟାୟାମ କରିଥାଏ । କାରଣ ମୁଁ ଦିନକୁ ଅତି କମରେ 100 ଥର ପାଉଟ୍ କରେ । କରୀନାଙ୍କ ଏହି ଫଟୋକୁ 5 ଲକ୍ଷ 60 ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି ।